BREAKING
Loading...
:

ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ' ତ୍ରିରଙ୍ଗା ' ଆୟୋଜିତ

 ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ' ତ୍ରିରଙ୍ଗା ' ଆୟୋଜିତ 



ବ୍ରହ୍ମପୁର /- ବ୍ରହ୍ମପୁର ଉତ୍କଳ ଆଶ୍ରମସ୍ଥିତ ମୁକ୍ତମଞ୍ଚରେ ସଂସ୍କୃତିଧର୍ମୀ ପତ୍ରିକା ଅଭିନୟ ଜଗତ ଏବଂ କଳା ଓ କଳାକାର ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ 'ତ୍ରିରଙ୍ଗା' ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି 'ଅIମେସବୁ' ର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଖ୍ୟାତନାମା ମଞ୍ଚ ଉପସ୍ଥାପକ ହୃଷିକେଶ ପାଣିଗ୍ରାହୀ  ଯୋଗଦେଇ ଦେଶର ସୀମାନ୍ତ ଅଂଚଳରେ ଥିବା ଯୋଦ୍ଧା ମାନଙ୍କୁ ମନେ ପକାଇଥିଲେ l ଓଡିଶା ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଡ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ନାଳନ୍ଦାଶ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ କାଳି ଚରଣ ସାହୁ ଏବଂ ଗଞ୍ଜାମ କଳାକାର ସଂଘର ସଭାପତି ଶଙ୍କର୍ଷଣ ସାବତ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ନୃତ୍ୟରେ ଭାଗ ନେଇଥିବା ଛାତ୍ର/ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ଗଞ୍ଜାମ କଳା ପରିଷଦର ସଭାପତି ତଥା ବରିଷ୍ଠ ମଞ୍ଚଶିଳ୍ପୀ କେଦାର ଅପ୍ତା, ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଏବଂ ବିଶିଷ୍ଠ ସମାଜସେବୀ ତଥା କଳା ଓ କଳାକାର ପ୍ରତିଷ୍ଠାନର ସଭାପତି ଇ ଅରୁଣ କୁମାର ପଟ୍ଟନାୟକଙ୍କୁ ଅଭିନୟ ଜଗତ ତରଫରୁ ସମ୍ବର୍ଦ୍ଦିତ କରାଯାଇଥିଲା l ସମ୍ପାଦକ ଡ ମିହିର କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପରିଚାଳକ ରବୀନ୍ଦ୍ର କୁମାର ନାୟକ, ଉପଦେଷ୍ଟା ସାମ୍ବାଦିକ ସୁଦିପ ସାହୁ, ଇ ମନୋଜ ଦଣ୍ଡପାଟ, ତ୍ରିପତି ନାୟକ, ସୁଦିପ ସାହୁ, ସରୋଜ ପଣ୍ଡା କୈଳାଶ ପାଣିଗ୍ରାହୀ, ତାପସ ପାଣିଗ୍ରାହୀ, ସୁନିର ବିଶ୍ୱାସ, ତାପସ ପାଣିଗ୍ରାହୀ, ସନ୍ତୋଷ ତ୍ରିପାଠୀ ପ୍ରମୁଖ ମଂଚାସୀନ ଥିଲେ l

ବିଭିନ୍ନ ବିଦ୍ୟାଳୟ ଏବଂ ସାଂସ୍କୃତିକ ଅନୁଷ୍ଠାନରୁ ପ୍ରାୟ,  ଏକ ଶହରୁ ଉର୍ଦ୍ଧ କଳାକାର ଦେଶାତ୍ମବୋଧକଦଳଗତ ନୃତ୍ୟ ପରିବେଷଣ କରିଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS