BREAKING
Loading...
:

ସାମାଜିକ କର୍ମୀଙ୍କ ପରଲୋକ

 ସାମାଜିକ କର୍ମୀଙ୍କ ପରଲୋକ 



ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ  ଛାମୁଣ୍ଡିଆ ପଞ୍ଚାୟତର ସାମାଜିକ କର୍ମୀଙ୍କ    ବାଙ୍ଗାଲୋର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ  ମୃତ୍ୟୁ ଘଟିଥିବା ଜଣାପଡିଛି ।   ମୃତକ ଦଶପଲ୍ଲା ଗଡଜାତ ପଞ୍ଚୁପଲ୍ଲୀ ପ୍ରଗଣା କୁଞ୍ଜ ସର୍ଦାରଙ୍କ କନିଷ୍ଠ ପୁତ୍ର ତଥା  ଅଂଚଳର ବିଶିଷ୍ଟ ସମାଜ ସେବୀ ସ୍ବର୍ଗତ ଉପେନ୍ଦ୍ର ନାଥ ସାହୁ କନିଷ୍ଠ ଭ୍ରାତା ସୁରେଶ ଚନ୍ଦ୍ର ସାହୁ ( ୮୧) ମୃତ୍ୟୁ ହୃଦଘାତରେ ହୋଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।  ସେ ଛାମୁଣ୍ଡିଆ ଗ୍ରାମର ସଭାପତି ଭାବେ ବହୁଦିନ ଧରି ନିରପେକ୍ଷ ଭାବେ କାର୍ଯ୍ୟ ତୁଲାଇଥିଲେ ।  ଏଥିସହିତ ସେ ଜଣେ ଉଚ୍ଚ ଶିକ୍ଷିତ ଭାବେ ସ୍ନାତକ କଳା ଓ ଆଇନ ବିଭାଗ ରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଜଣେ ସାମାଜିକ କର୍ମୀ ଭାବରେ ସେ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ମର ଶରୀରକୁ ନିଜ ମାଟି ଛାମୁଣ୍ଡିଆ ଗ୍ରାମକୁ ଅଣାଯାଇଥିଲା । ପରେ ତାଙ୍କୁ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରାଯାଇ ଶବ ସତ୍କାର କରାଯାଇଥିଲା । ତାଙ୍କର ଅନନ୍ୟ ପ୍ରତିଭାକୁ ମନେ ପକାଇ ଅଞ୍ଚଳ ବାସୀ  ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି । 

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS