ସୁଭଦ୍ରା ଶକ୍ତି ଋଣ ମେଳା
ସିନାପାଲି ବ୍ଲକ ମିଶନଶକ୍ତି ଦକ୍ଷତା ବିକାଶ କେନ୍ଦ୍ର ଠାରେ ସିନାପାଲି ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥ୍ ଭାବେ ସିନାପାଲି ବିଡିଓ କାର୍ମି ଓରାମ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥ୍ ଭାବେ ଏଲଡିଏମ ନୂଆପଡା, ଷ୍ଟେଟ ବ୍ୟାଙ୍କ ଓ ୟୁଜିବି ବ୍ୟାଙ୍କ ମେନେଜର, ଓଏଲଏମ ମିଥୁନ କୁମାର ତାଣ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ମିଶନଶକ୍ତି ପକ୍ଷରୁ ୧୨୧ ଗୋଟି ଏସଏଚଜି ଗ୍ରୁପକୁ ୮ କୋଟି ୧୦ ଲକ୍ଷଟଙ୍କା ଋଣ ପ୍ରଦାନ କରାଯାଇଛି | କାର୍ଯ୍ୟକ୍ରମରେ ଅତିଥିମାନେ ଋଣ ମେଲା ଉଦ୍ଦେଶ୍ୟ ଉପରେ ମତ ପ୍ରକାଶ କରିଥିଲେ । ମିଶନଶକ୍ତି ଅଧିକାରୀ ରାଜେଶ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ମେଳାରେ ଏମବିକେ, ବ୍ୟାଙ୍କ ମିତ୍ର, ସିଆରପି ଓ ଏସଏଚଜି ମହିଳା ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment