ଚନ୍ଦ୍ରପା ସେତୁର ସଂଯୋଗୀକରଣ ରାସ୍ତା ନିର୍ମାଣ ଆରମ୍ଭ
ବାଙ୍କୀ,୫/୨(ମାନସ ରଞ୍ଜନ ସାହୁ):ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପା ସେତୁର କାର୍ଯ୍ୟ ଦୀର୍ଘ ଦିନ ଧରି ଅଧାପନ୍ତରିଆ ହୋଇ ପଡି ରହିଥିଲା । ଏହି ସେତୁ ଦ୍ୱାରା ବାଙ୍କୀ ମୁଖ୍ୟକାର୍ଯ୍ୟାଳୟ ଠାରୁ ପଶ୍ଚିମ ବାଙ୍କୀର ସମସ୍ତ ପଞ୍ଚାୟତକୁ ଏହି ରାସ୍ତା ସଂଯୋଗ କରିଛି । ବର୍ଷା ଦିନେ ମହାନଦୀରେ ବନ୍ୟା ଆସିଲେ ପୁରୁଣା ସେତୁଟି ସମ୍ପୂର୍ଣ୍ଣ ଭାବେ ବୁଡିଯାଏ । ଫଳରେ ଲୋକମାନେ ଯାତାୟତ କରିପାରନ୍ତି ନାହିଁ । ୨୦୨୩ମସିହାରେ ଚନ୍ଦ୍ରପାର ନାଳ ଉପରେ ଉଚ୍ଚା ସେତୁ ନିର୍ମାଣ ସହ ସବୁଦିନିଆ ରାସ୍ତା ପାଇଁ ଶୁଭ ଦିଆଯାଇଥିଲା । ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏହାର ଦୁଇ ପାଶ୍ୱର୍କୁ ସଂଯୋଗୀକରଣ କରିବା ପାଇଁ ଜମି ଅଧିଗ୍ରହଣ ହୋଇ ପାରିନଥିବାରୁ କାର୍ଯ୍ୟ ବନ୍ଦ ରହିଥିଲା । ଆଜି ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ପୋଲସ୍ତ୍ୟ କୁମାର ରାଉତଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସେତୁ ପାଖରେ ଉପସ୍ଥିତ ରହି ସର୍ଭେ କାର୍ଯ୍ୟ ତଦାରଖ କରିଥିଲେ । ଯେଉଁ ଜମି ଦେଇ ରାସ୍ତା ଯିବ ତାହାର ମାପଚୁପ ପାଇଁ ବାଙ୍କୀ ତହସିଲର ଅମିନ, ରଜସ୍ୱ ନିରିକ୍ଷକ, ସୁପରଭାଇଜର୍ଙ୍କ ସମେତ ଅନାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଜମି ଅଧିଗ୍ରହଣ ପାଇଁ ମାପ କରି ଚିହ୍ନଟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଏସ୍.ଆର.ସର୍ଭେ କମ୍ପାନୀର ରାକେଶ ସୂତାର, ଆର.ଆଇ.ବିଶ୍ୱରଞ୍ଜନ ମହାରଣା, ସୁପରଭାଇଜର ରମେଶ ଦେଉରୀ, ଅମୀନ ପବିତ୍ର ରାଉତ ସମେତ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବାଙ୍କୀ ଥାନାର କର୍ମଚାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଯେଉଁ ମାନଙ୍କର ଜମି ରାସ୍ତା ନିର୍ମାଣ ପାଇଁ ଅଧିଗ୍ରହଣ କରାଯିବ ସେମାନଙ୍କୁ ଉଚିତ୍ ମୂଲ୍ୟ ପ୍ରଦାନ କରାଯିବ ଏବଂ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀ ରାଉତ୍ ଖୁବ୍ ଶୀର୍ଘ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment