BREAKING
Loading...
:

ଡମପଡ଼ାରେ ନୂତନ ସବ୍‌ରେଜିଷ୍ଟ୍ରାର୍ କାର୍ଯ୍ୟାଳୟ ଉଦ୍‌ଘାଟିତ

 ଡମପଡ଼ାରେ ନୂତନ ସବ୍‌ରେଜିଷ୍ଟ୍ରାର୍ କାର୍ଯ୍ୟାଳୟ ଉଦ୍‌ଘାଟିତ   



ବାଙ୍କୀ,୫ା୨(ମାନସ ରଞ୍ଜନ ସାହୁ):  ବାଙ୍କୀ ଉପଖଣ୍ଡ ଡମପଡ଼ା ତହସିଲ୍ କାର୍ଯ୍ୟାଳୟରେ ନୂତନ ସବ୍‌ରେଜିଷ୍ଟ୍ରାର୍ କାର୍ଯ୍ୟାଳୟ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ  ଉଦ୍‌ଘାଟିତ କରିଛନ୍ତି । ତହସିଲ୍ କାର୍ଯ୍ୟାଳୟ ଠାରେ ଆୟୋଜିତ ଉତ୍ସବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ସବ୍‌ରେଜିଷ୍ଟ୍ରାର୍ କାର୍ଯ୍ୟାଳୟ ଖୋଲିବା ଦ୍ୱାରା ଜନସାଧାରଣ ସୁବିଧାରେ ଘର ପାଖରେ ଜମିବାଡି ରେଜିଷ୍ଟ୍ରସନ୍ କରିବାର ସୁବିଧା ପାଇପାରିବେ ଓ ଲୋକମାନଙ୍କୁ ଅଧିକ ବାଟ ଯିବାକୁ ପଡିବ ନାହିଁ । ଏହି କାର୍ଯ୍ୟକ୍ରମରେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ୍‌, ଜିଲ୍ଲା ପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ଡମପଡ଼ା ସରପଂଚ କୁସୁମ କୁମାରୀ ଧଳ, ତହସିଲଦାର ବୈଶାଖି ଲେଙ୍କା, ବରିଷ୍ଠ କିରାଣୀ ସୂର୍ଯ୍ୟମଣି ଧଳଙ୍କ ସମେତ ସମସ୍ତ କର୍ମଚାରୀ ଏବଂ ନୂତନ ସବ୍‌ରେଜିଷ୍ଟ୍ରାର୍ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ । ବତ୍ତର୍ମନା ଡମପଡ଼ା ତହସିିଲଦାର ସବ୍‌ରେଜିଷ୍ଟ୍ରାର୍ ଭାବେ କାର୍ଯ୍ୟ କରିବେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS