BREAKING
Loading...
:

ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ୍ କଲେ ବିଡିଓ

 ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ୍ କଲେ ବିଡିଓ



ବେଲଗୁଣ୍ଠା, ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ସହିତ ସେମାନଙ୍କୁ ଉପଯୁକ୍ତ ପୋଷଣ ଯୋଗାଇବା ଉଦ୍ଦେଶ୍ୟରେ ସରକାର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପୌଷ୍ଟିକ ଆହାର ଯୋଗାଇ ଦେଉଛନ୍ତି I କିନ୍ତୁ ବହୁ ସମୟରେ ବିଦ୍ୟାଳୟରେ  ଛାତ୍ରଛାତ୍ରୀଙ୍କୁ ଯୋଗାଇ  ଦିଆଯାଉଥିବା ଖାଦ୍ୟର ମାନକୁ ନେଇ ପ୍ରଶ୍ନ ଉଠିଥାଏ I ବିଶେଷ କରି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପଚା ଅଣ୍ଡା, ପୋକରା ଚାଉଳ ଭାତ, ପାଣିଆ ଡ଼ାଲମା ଯୋଗାଇ ଦିଆଯାଉଥିବା ନେଇ ବହୁ ସମୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ମଧ୍ୟାହ୍ନ ଭୋଜନ ଯୋଗାଣକାରୀ ସଂସ୍ଥାଙ୍କ ବିରୋଧରେ ଗଣମାଧ୍ୟମରେ ପ୍ରକାଶ ପାଇଥାଏ I ଏଥିରେ ଲଗାମ ଲଗାଇବା ପାଇଁ ସରକାର ବିଭିନ୍ନ ଅଧିକାରୀଙ୍କ ମାଧ୍ୟମରେ ବିଦ୍ୟାଳୟ ସ୍ତରରେ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ୍ କରିଥାନ୍ତି I ଏହି କ୍ରମରେ ଆଜି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ. ସିଙ୍ଗାପୁରମ୍ ହରି  ଗୋବରା ପଂଚାୟତ ଅନ୍ତର୍ଗତ ଡେଙ୍ଗାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଚାନକ ପହଂଚି ସେଠାରେ ମଧ୍ୟାହ୍ନଭୋଜନ ଖାଇବା ସହିତ ଏହାର ସ୍ଵାଦ, ଗୁଣବତ୍ତା ଯାଞ୍ଚ୍ କରିଥିଲେ I ସେହିପରି ମଧ୍ୟାହ୍ନଭୋଜନ ବଣ୍ଟନ ସମୟରେ ସ୍ଵଚ୍ଛତା, ଶୃଙ୍ଖଳା,ଛାତ୍ରଛାତ୍ରୀଙ୍କ ହାତ ଧୁଆ ଅଭ୍ୟାସ ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା କରିଥିଲେ I ମଧ୍ୟାହ୍ନଭୋଜନ ଯାଞ୍ଚ୍ ସମୟରେ ବିଡିଓ ସିଙ୍ଗିପୁରମ ହରି ଙ୍କ ସହିତ ଗୋବରା ସମିତିସଭ୍ୟ ବିଭୂପାଦ ଜେନା ମଧ୍ୟ ଉପସ୍ଥିତ ଥିଲେ I ବିଡିଓଙ୍କର ଏହିଭଳି ଅଚାନକ ବିଦ୍ୟାଳୟ ପରିଦର୍ଶନ ଏବଂ ମଧ୍ୟାହ୍ନଭୋଜନ ଯାଞ୍ଚ୍ କାର୍ଯ୍ୟକ୍ରମକୁ ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS