ଫେବ୍ରୁଆରୀ ୧୫ରୁ କଟକ ଜିଲ୍ଲାରୁ ଜନଗଣନା, ଡିଜିଟାଲ ଫର୍ମାଟରେ ହେବ କାଉଣ୍ଟିଂ
ଫେବ୍ରୁଆରୀ ୧୫ରୁ କଟକ ଜିଲ୍ଲାରୁ ଆରମ୍ଭ ହେବ ଜନଗଣନା । ଏପ୍ରିଲ ସୁଦ୍ଧା ଘର ଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଘର କାଉଣ୍ଟିଂ ଶେଷ ହେବା ପରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ। ଜନଗଣନା କାର୍ଯ୍ୟକୁ ଡିଜିଟାଲ ପ୍ରକ୍ରିୟାରେ କରାଯିବା। ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କ ସୂଚନା ।
ସୂଚନା ଅନୁଯାୟୀ, ଏଥର ଗଣନା ସମୟରେ ଘର ମୁରବୀମାନଙ୍କ ଠାରୁ ୩୩ ପ୍ରଶ୍ନର ଉତ୍ତର ତଥ୍ୟ ଗଣନା ଅଧିକାରୀମାନେ ସଂଗ୍ରହ କରିବେ । ସଂଗ୍ରହ ତଥ୍ୟ ମଧ୍ୟରେ ଘର ସଂଖ୍ୟା, ଗୃହ, କାନ୍ଥର ନିର୍ମାଣ କେଉଁ ସାମଗ୍ରୀ ହୋଇଛି, ବ୍ୟବହୃତ କୋଠାରୀ, ଜାତି, ଲିଙ୍ଗ, ପରିବାର ସଦସ୍ୟ, ରହୁଥିବା ଦମ୍ପତି ତଥ୍ୟ ସଂଗ୍ରହ ହେବ । ସେହିପରି ରେଡିଓ, ଲାପଟପ୍, ସାଇକେଲ ସ୍କୁଟର, ବାଇକ, ଚାରିଚକିଆ, ଟେଲିଫୋନ, ମୋବାଇଲ, ସ୍ମାର୍ଟ ଫୋନ ବ୍ୟବହାର ତଥ୍ୟ ସଂଗ୍ରହ କରାଯିବ । ଏହା ବ୍ୟତିତ ଶୌଚାଳୟ ଓ ରୋଷେଇ ଘରେ ଗ୍ୟାସ ସଂଯୋଗ ଅଛି ନା' ନାହିଁ, ପାନୀୟ ଜଳ ଓ ବିଦ୍ୟୁତ ଶକ୍ତି ଉତ୍ସ ଏବଂ ଜଳନିଷ୍କାସନ ଭଳି ତଥ୍ୟ ସଂଗ୍ରହ କରାଯିବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق