BREAKING
Loading...
:

ଆବାସ ପାଇଁ ଲାଞ୍ଚ ଦରକାର ଗରିବ ଙ୍କୁ ଆବାସ

 ଆବାସ ପାଇଁ ଲାଞ୍ଚ ଦରକାର।ଗରିବ ଙ୍କୁ ଆବାସ।



ପାଟଲା, ହିନ୍ଦୋଳ, ଢେଙ୍କାନାଳ -

         ଅସହାୟ ଗରିବ ଆବାସରୁ ବଞ୍ଚିତ।ଧନୀ ଶ୍ରେଣୀ ପାଉଛନ୍ତି ଆବାସ କିପରି ? ଆବାସ ପାଇବାର ମାନଦଣ୍ଡ କଣ ?କାହିଁକି ଘର ନଥାଇ ଗରିବ ପାଉନାହିଁ ଘର ? ଧନୀ ପାଇଗଲେ ଆବାସ କେଉଁ ଉପାୟରେ ?..... ଏଥିପାଇଁ ଦାୟୀ କିଏ ?........... ଏସବୁ ଅସମାହିତ ପ୍ରଶ୍ନ ଏବେ ସାଧାରଣରେ ମାଳମାଳ। ଯାହାର ଉତ୍ତର ଖୋଜିଲେ ମଧ୍ୟ ମିଳୁନାହିଁ। ସୂଚନା ଅନୁଯାୟୀ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ପାଟଲା ପଞ୍ଚାୟତ ଅନ୍ତର୍ଗତ ପାଟଲା ଗୁଡିସାହି ଏହାର ମୁକ ସାକ୍ଷୀ। ଗ୍ରାମର ସତ୍ୟବତୀ ସାହୁ ବିପଦପୂର୍ଣ୍ଣ ଭାବେ ଭଙ୍ଗାରୁଜା ଘରେ ଜୀବନ କାଟୁଛନ୍ତି। ସେ ଦିନରେ ସୂର୍ଯ୍ୟ ଏବଂ ରାତିରେ ତାରାର ଆଲୋକ ଘର ଭିତରେ ଦେଖୁଛନ୍ତି। ଏପରି ଦୟନୀୟ ସ୍ଥିତିରେ ସତ୍ୟବତୀ ଜୀବନ କାଟୁଥିଲେ ମଧ୍ୟ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ଅଧିକାରୀ ଓ ବିଡ଼ିଓଙ୍କ ନଜର କିପରି ପଡୁନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଡ଼ ଦୁଃଖର ବିଷୟ କି ତାଙ୍କର ଛଅଗୋଟି ପିଲାଙ୍କ ମଧ୍ୟରୁ ତିନୋଟି ପିଲା ୯୦ ଭାଗରୁ ଅଧିକ ବିକଳାଙ୍ଗ ଅଟନ୍ତି। ତଥାପି ସେ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଯେତିକି ବି ଭତ୍ତା ଟଙ୍କା ମିଳୁଛି ତାହା ମଧ୍ୟ ସଠିକ୍ ଭାବରେ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି।

ଲୋକଙ୍କ ସରକାର କହି ଡିଣ୍ଡିମ ପିଟୁଥିବା ଏଇ ସରକାର କିପରି ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସତ୍ୟବତୀ ବୋଧେ ହାତଗୁଞ୍ଜା ଦେଇପାରିଲା ନାହିଁ, ଯେଉଁଥିପାଇଁ ସେ ଆବାସ ଯୋଜନାରୁ ବଞ୍ଚିତ ହେଲା ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଆମେ ପାଟଲା ପଞ୍ଚାୟତ ଅଧିକାରୀ ରଞ୍ଜନ ସେଠୀଙ୍କ ସହ ଯୋଗାଯୋଗ କରିବାରେ ସତ୍ୟବତୀ ଯୋଗ୍ୟ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ଯଦି ସେ ଯୋଗ୍ୟ ଥିଲେ ତେବେ ତାଙ୍କୁ ଆବାସ ଦେବାରେ ଅସୁବିଧା ରହିଲା କେଉଁଠି ?

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS