ବୟସ ପଞ୍ଚସ୍ତରୀ ଅତିକ୍ରମ କଲାଣି...|
ଏ ପର୍ଯ୍ୟନ୍ତ କାହାରିକୁ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ |
( ଆଦିବାସୀ ସାହି -ସାନ ହାମିରା, ଦୁଲଣାପୁର ଗ୍ରାମ ପଂଚାୟତ |
__________
ରାଜ୍ୟରେ ନୂଆ ସରକାର ଆସିଲା ପରେ ପୂର୍ବ ଶାସିତ ସରକାର ଅପେକ୍ଷା ଆଉ କିଛି ଉର୍ନତି ଗ୍ରାମାଞ୍ଚଳର ସାଧାରଣ ଜନତାଙ୍କର ଯେତିକି ହେବ ବୋଲି ଆଶା କରାଯାଉଥିଲା ତାହାର ବାସ୍ତବ ଚିତ୍ର ପୂରଣ ହୋଇନାହିଁ ବୋଲି ଗାଁ llଲୋକଙ୍କ ସମସ୍ୟା ଦେଖିଲେ ବୁଝାପଡେ | ଆଉ ବର୍ଷକ ପରେ ଥିବା ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଦିବାସୀ ଦଳିତ ସାହି ବିକାଶ ଆଉ ଉର୍ନତି ବହୁପଛରେ ରହିଛି || ବାର୍ଦ୍ଧକ୍ୟ ଏବଂ ବିଧବା ଭତ୍ତାର ଅଭିଯୋଗ ଗୋଟିଏ ନୁହେଁ ବରଂ ଦଶ ଦଶଟି ଅଭିଯୋଗ କରିଛନ୍ତି ଦୁଲଣାପୁର ଗ୍ରାମ ପଂଚାୟତର ଆଦିବାସୀ ସାହି ସାନ ହାମିରାର ଗ୍ରାମବାସୀ ବୃନ୍ଦ |ଦୁଲଣାପୁର ଗ୍ରାମ ପଂଚାୟତର ପନ୍ଦର ନମ୍ବର ୱାର୍ଡରେ ରହିଛି ସାନ ହାମିରା | ଏଠାରେ ପାଖାପାଖି 25 ଟି ପରିବାରର ଦୁଇ ଶହ ଲୋକ ବସବାସ କରିଥାନ୍ତି |ହାତଗଣତି କେତେଜଣ ସରକାରୀ ଚାକେରିଆ ଛାଡିଦେଲେ ସମସ୍ତେ ପ୍ରାୟ ଦିନ ମଜୁରିଆ ଅଟନ୍ତି | ଚନ୍ଦକା ଡମପଡା ଜଙ୍ଗଲ ଅଭୟାରଣ୍ୟ ପାଇଁ କାଠ ହଣା ଉପରେ ପ୍ରତିବନ୍ଧକ ଲଗାଇଥିଲା ଜଙ୍ଗଲବିଭାଗ ଏବଂ ଧଳା ଖଡ଼ି ମାଇନିଂଗୀ ବନ୍ଦ ହେବାପରେ ସାହି ଲୋକ ବହୁତ ହଇରାଣ ଭିତରେ ଗତି କରୁଛନ୍ତି |ସରକାରଙ୍କ ଉର୍ନତି ମୂଳକ କାର୍ଯ୍ୟକ୍ରମ ଏଠାରେ ଗୋଟେ ପ୍ରକାର ନିଷ୍କ୍ରିୟ | ଗାଁ ମୁଣ୍ଡ ଦେଇ ରାଜଧାନୀର ଏକ କମ୍ପାନୀ ରାସ୍ତା କରୁଛି ଆଗାମୀ ଦିନରେ କୌଣସି ଏକ ବୃହତ୍ତର କମ୍ପାନୀ ନିର୍ମାଣର ଲକ୍ଷ ରଖିଛି | ଆଗାମୀ ଦିନରେ ଏହାର ଆଧୁନିକ କରଣ ପରିସରରେ ସ୍ଥାନୀୟ ଅଧିବାସୀଙ୍କୁ କର୍ମ ନିଯୁକ୍ତି ମିଳିବା ଦରକାର | ନଚେତ ଛୋଟ ସାହି ଉପରେ ଏହାର ପ୍ରଭାବ ପକେଇବ ବୋଲି ସାମାଜିକ କର୍ମୀ ମନୋଜ କୁମାର ରଥ କୁହନ୍ତି | ଉକ୍ତ ସାହିର ବର୍ତ୍ତମାନର ୱାର୍ଡମେମ୍ବର ଲଷ୍ମୀ ଜେନାଙ୍କ କହିବାନୁସାରେ 2022 ରୁ 2024 ଦୁଇବର୍ଷ ଭିତରେ କୋଡିଏରୁ ଅଧିକ ଯୋଗ୍ୟ ବ୍ୟକ୍ତି ମଧୁବାବୁ ଭତ୍ତା ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ଏ ପର୍ଯ୍ୟନ୍ତ ହେଉ ନାହିଁ | ଉଭୟ ଅନଲାଇନ ଏବଂ ଅଫଲାଇନ ଦରଖାସ୍ତ ଗୁଡିକର ଜେରକ୍ସ କପି ବାରମ୍ବାର ସରପଞ୍ଚ ସବିତା ସାହୁ ଏବଂ ପୂର୍ବତନ ସରପଞ୍ଚ ଗଦାଧର ରାଉତ ନେଇ ଲୋକଙ୍କୁ ଆଶା ଦେଇ ନିରାଶା କରୁଛନ୍ତି | ଗାଁ ର ପ୍ରମିଳା ବେହେରଙ୍କ ଜନ୍ମ ଭୋଟର କାର୍ଡରେ 20/2/1950 ରହିଛି |ବର୍ତ୍ତମାନ ସମୟକୁ ଦେଖିଲେ ତାଙ୍କୁ 76 ବର୍ଷ ହେଲାଣି କିନ୍ତୁ ଭତ୍ତା ଏ ପର୍ଯ୍ୟନ୍ତ ପାଇ ନାହାନ୍ତି | ସେହିପରି ସାହିର ଅନ୍ୟତମ ବାସିନ୍ଦା ଗୋବିନ୍ଦ ଜେନାଙ୍କ ଜନ୍ମ 25/01/1955 ଅନୁସାରେ ବୟସ ତାଙ୍କର 71 ଛୁଇଁଲାଣି | ଆଉ ଜଣେ ଗରିବ ବୃଦ୍ଧା ବିଳମ୍ବ ଭତ୍ତା ପାଇଁ ଅଭିଯୋଗ କରିଥିବା ଗଗନ ଦେହୁରୀଙ୍କ ବୟସ ସତୁରିବର୍ଷ | ଗାଁ ର ଅନ୍ୟ ଜଣେ ବୟୋଜଷ୍ଠ ନାଗରିକ ସୁଦାମ ବେହେରାଙ୍କ ବୟସ 80 ରୁ ଅଧିକ ହେଲାଣି କିନ୍ତୁ ନୂତନ ସରକାରଙ୍କ ବର୍ଦ୍ଧିତ ଭତ୍ତା 3500/- ପରିବର୍ତ୍ତେ ମାତ୍ର ଏକ ହଜାର ଟଙ୍କା ପାଉଛନ୍ତି | ବୟସର ଅପରାହ୍ନରେ ସରକାରଙ୍କ ଏହି ଭତ୍ତା ବରିଷ୍ଟ ନାଗରିକ ମାନଙ୍କୁ ନିଜର ଦୈନନ୍ଦିନ ଚଳିବାରେ ବହୁତ ସହଯୋଗ କରିଥାଏ | ଅରପୁର ଗ୍ରାମର ସୁଷମା ନାୟକଙ୍କ ସ୍ୱାମୀ ବାବୁଲା ନାୟକ ଆଜିକୁ ଦେଢ଼ ବର୍ଷ ହେବ ମୃତ୍ୟବରଣ କରିଥିଲେହେଁ ବିଧବା ଭତ୍ତା ତାଙ୍କୁ ମିଳି ପାରିନାହିଁ | ଗ୍ରାମାଞ୍ଚଳରେ ବିକାଶ କିପରି ଅପହଞ୍ଚ ହୋଇ ରହିଛି, ଏହା ତାହାର ଜ୍ଵଳନ୍ତ ଉଦାହରଣ ଅଟେ |ଏ ସମ୍ପର୍କରେ ଡମପଡା ବ୍ଲକ ବିଡ଼ିଓ କୁହନ୍ତି ଯେ ସରକାରଙ୍କ ନିୟମାବଳୀ ଅନୁଯାୟୀ ସମସ୍ତେ ଯୋଗ୍ୟବ୍ୟକ୍ତି ଭତ୍ତା ପାଇବେ | ଖୁବ ଶୀଘ୍ର ଲୋକମାନଙ୍କର ସମସ୍ତ ଅଭିଯୋଗକୁ ଦୁଲଣାପୁର ପଂଚାୟତରେ ବ୍ଲକ ତରଫରୁ ଏକ ପଂଚାୟତ ଜନ ଅଭିଯୋଗ ଶିବିର କରି ଶୁଣାଯିବ |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା



إرسال تعليق