BREAKING
Loading...
:

ଖାଦ୍ୟ ନେଉନାହାନ୍ତି ଶିଶୁ ଓ ଗର୍ଭବତୀ

 ଖାଦ୍ୟ ନେଉନାହାନ୍ତି ଶିଶୁ ଓ ଗର୍ଭବତୀ



ନୂଆପଡା.ଡିଜିଟାଲ ଯୁଗରେ ଜାତିପ୍ରଥା ବଞ୍ଚିଛି। ଅଙ୍ଗନୱାଡି କେନ୍ଦ୍ରରେ ଦଳିତ ଯୁବତୀ ସହାୟିକା ଭାବେ ନିଯୁକ୍ତି ପାଇଲେ ବୋଲି ଅଙ୍ଗନୱାଡି କେନ୍ଦ୍ରକୁ ଶିଶୁଙ୍କୁ ପଢିବାକୁ ଛାଡୁନାହାନ୍ତି ଗ୍ରାମବାସୀ। ଏପରିକି ସହାୟିକାଙ୍କ ହାତରୁ ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଶିଶୁମାନଙ୍କ ଲାଗି ଆସୁଥିବା ଖାଦ୍ୟ ମଧ୍ୟ ଗ୍ରହଣ କରୁନାହାନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପରେ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣାଦେଖ‌ିବାକୁମିଳିଛିସିନାପାଲିବ୍ଲକରନୂଆପଡ଼ାପଞ୍ଚାୟତପଲସାପଡ଼ାସ୍ଥିତଅଙ୍ଗନୱାଡିକେନ୍ଦ୍ରରେଗତବର୍ଷ ଅକ୍ଟୋବର ୧୫ତାରିଖରେ ମମତା ବାଗ ନାମ୍ନୀ ଜଣେ ମହିଳା ରୋଷେୟାପଦରେନିଯୁକ୍ତିପାଇଥିଲେ। ଏହାପରେ ଜାତି ଆକ୍ଷେପ କରି ସ୍ଥାନୀୟ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁଅଙ୍ଗନୱାଡ଼ି କେନ୍ଦ୍ରକୁ ଛାଡୁ ନାହାନ୍ତି। ପ୍ରଶାସନର ବାରମ୍ବାରନିର୍ଦ୍ଦେଶସତ୍ତ୍ବେଅଚଳାବସ୍ଥା ଜାରି ରହିଛି। ସିନାପାଲି ବିଡିଓ ଏବଂସିଡିପିଓଗାଁକୁଯାଇଅଭିଭାବକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଫଳ ମିଳିନାହିଁ।ଅନୁସୂଚିତ ଜାତିର ହୋଇଥିବାରୁତାଙ୍କୁବିରୋଧକରାଯାଉଥ‌ିବା ମମତା କହିଛନ୍ତି। ଏପରି ସ୍ଥିତିରେ ଅଙ୍ଗନୱାଡି କର୍ମୀ ଓ ରୋଷେୟା ହାତଗଣତି ଶିଶୁଙ୍କୁ ନେଇ ଅଙ୍ଗନୱାଡ଼ି ପରିଚାଳନା କରିବାକୁ ବାଧ୍ୟ ହେଉଛନ୍ତି। ଏନେଇ ଜିଲ୍ଲା ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଏସ ଗୀତାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପ୍ରକଳ୍ପ ତରଫରୁ ଅନେକ ଥର ସମାଧାନ ଉଦ୍ୟମ ହୋଇଛି, କିନ୍ତୁ କିଛି ଫଳ ମିଳିପାରୁନିନୂଆପଡ଼ାଉପଜିଲ୍ଲାପାଳଙ୍କ ନେତୃତ୍ବରେ ବରିଷ୍ଠ ଅଧିକାରୀଙ୍କୁ ନେଇ ପୁଣିଥରେ ସେହି ଗାଁକୁ ଯିବୁ ଓ ସମାଧାନର(6) ଆମ ଅଙ୍ଗ ଜଡ଼ିବେନ୍ଦବାଟ ବାହାର କରିବୁ ବୋଲି ସେ କହିଛନ୍ତି। ନୂଆପଡ଼ା ଜିଲ୍ଲାପାଳ ଏନେଇ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଅନୁରୂପ ଘଟରା ସାମ୍ନାକୁ ଆସିଥିଲା ।ପରମ୍ପରାଓଜାତିପ୍ରଥାକୁ ନେଇ ୮୨ ଦିନ ହେଲା ଅଙ୍ଗନୱାଡି କେନ୍ଦ୍ରରେ ତାଲା ଝୁଲୁଛି। ଏ ନେଇ ଅଙ୍ଗନୱାଡି କର୍ମୀଙ୍କ ଠାରୁ ଆରମ୍ଭ କରି ସୁପରଭାଇଜର ଓ ସିଡିପିଓ ବାରମ୍ବାର ଗାଁକୁ ଯାଇ ଗାଁ ମୁରବୀ ଓ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀ ପରମ୍ପରା ଓଜାତିପ୍ରଥାକୁ ଧରି ଶିଶୁଙ୍କୁ ପଢିବାକୁ ଛାଡୁନାହାନ୍ତି କି ଖାଦ୍ୟଗ୍ରହଣକରୁନାହାନ୍ତିରାଜନଗର ଥାନା ଅନ୍ତର୍ଗତ ଘଡିଆମାଳ ପଞ୍ଚାୟତ ନୂଆଗାଁରେ ରାଜନଗର ତହସିଲଦାର ଯୀଶୁକୃଷ୍ଣ ଦାସ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରିଛନ୍ତି । ରାଜନଗର ବ୍ଲକ ଘଡିଆମାଳ ପଞ୍ଚାଯତ ନୂଆଗାଁ ଅଙ୍ଗନୱାଡି କେନ୍ଦ୍ରରେ ସହାୟିକା ପଦବୀଦୀର୍ଘଦିନହେବଖାଲିପଡିଥିଲା। ୨୦୨୪ ରେ ସହାୟିକା ପଦ ନିମନ୍ତେ ବିଜ୍ଞାପନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିଲା। କେହି ଏନେଇ ଆବେଦନ କରିନଥିଲେ। ୨୦୦୫ ନ‌ଭେମ୍ବରରେ ପୁନର୍ବାର ବିଜ୍ଞାପନ ପ୍ରକାଶ ପାଇଥିଲା। ଗାଁର ଶର୍ମିଷ୍ଠା ସେଠୀ ଏକମାତ୍ର ପ୍ରାର୍ଥୀ ଭାବେଆବେଦନକରିଥିଲେଗ୍ରାମବାସୀମାନେ ସିଡିପିଓଙ୍କ ନିକଟରେ ଶର୍ମିଷ୍ଠାଙ୍କୁ ନିଯୁକ୍ତି ନଦେବାକୁ ଲିତ ଭାବେ ଜଣାଇଥିଲେ। ପଦବୀ ଲାଗି ଜଣେ ମାତ୍ର ଆବେଦନ କରିଥିବା ଶର୍ମିଷ୍ଠାଙ୍କୁ ୨୦ ନଭେମ୍ବର ୨୦୨୫ରେ ନୂଆଗାଁ ଅଙ୍ଗନୱାଡି କେନ୍ଦ୍ରର ସହାୟିକା ଭାବେ ନିଯୁକ୍ତି ଦିଆଯାଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS