BREAKING
Loading...
:

ନୂଆପଡ଼ାରେ ବିଜେଡିକୁ ଶକ୍ତ ଧକ୍କା*

 ନୂଆପଡ଼ାରେ ବିଜେଡିକୁ ଶକ୍ତ ଧକ୍କା*



 ନୂଆପଡ଼ା ଜିଲ୍ଲା ରାଜନୀତିରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖୁବାକୁ ମିଳିଛି। ବିଜେଡିକୁ ଏକ ଶକ୍ତ ଧକ୍କା ଦେଇ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ ଏସି) ଅଧ୍ଯକ୍ଷ ମହମ୍ମଦ ଆଦମଙ୍କ ନେତୃତ୍ବରେ ୮ ଜଣ କାଉନସିଲର ଓ ସମର୍ଥକ  ବିଧୂବଦ୍ଧ ଭାବେ ଶାସକ ବିଜେପି ଦଳରେ ସାମିଲ ହୋଇଛନ୍ତି। ନୂଆପଡ଼ା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ନୂଆପଡ଼ା ବିଧାୟକ ଜୟ ପ୍ରକାଶ ଧଳକିଆ ଏବଂ କଳାହାଣ୍ଡି ସାଂସଦ ମାଳବିକା ସିଂଦେଓଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏହି ଅବସ ଖରିଆର ରୋଡ୍ ଏନଏସି ଅଧ୍ଯକ୍ଷା ସୋ ସୋନିଆ ଜୈନ ଏବଂ ଯୁବ ନେତା ଅଭିନନ୍ଦନ ପଣ୍ଡା ମଧ୍ଯ ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ 1ୟ ଓ ସରରେଟୋପି ପିନ୍ଧାଇ ସ୍ଵାଗତ କରିଥିଲେ। ବିଜେପିରେ ସାମିଲ ହୋଇଥିବା କାଉନସିଲର ମାନେ ହେଉଛନ୍ତି ଧର୍ମରାଜ ଶବର (ଓ୍ବାର୍ଡ ନଂ ୧), ସଙ୍ଗୀତା ପାରଖ (ୱାର୍ଡ ନଂ ୪), ଥାନେଶ୍ଵର ସୁନା (ଓ୍ୱାର୍ଡ ନଂ ୫), ଶିବାନନ୍ଦ ପାତ୍ର (ଓ୍ବାର୍ଡ ନଂ ୬), ଧନେଶ୍ଵରୀ ସାହୁ (ୱାର୍ଡ ନଂ ୭), ରାଣୁ ସାହୁ (ୱାର୍ଡ ନଂ ୮), ମଳୟ ମଣ୍ଡଳ (ଓ୍ବାର୍ଡ ନଂ ୧୧), ଭଗବତୀ ଦଣ୍ଡସେନା (ୱାର୍ଡ ନଂ ୧ ୨)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓ ଲୋକଙ୍କ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ ନୀତି ଓ ବିଜେପିର ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି । ଏହି ମିଶ୍ରଣ ପରେ ନୂଆପଡ଼ା ଏନଏସିରେ ବିଜେପିର ସ୍ଥିତି ଅତ୍ୟନ୍ତ ସୁଦୃଢ଼ ହୋଇଥିବା ବେଳେ ବିଜେଡି ଶିବିରରେ ହଲଚଲ ସୃଷ୍ଟି ହୋଇଛି । ବିଧାୟକ ଜୟ ପ୍ରକାଶ ଧଳକିଆ କହିଛନ୍ତି ଯେ, ‘ନୂଆପଡ଼ାର ବିକାଶ ପାଇଁ ଏହି ମିଶ୍ରଣ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ’ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS