*ରାଧାକୃଷ୍ଣ ଯୁବକ ସଂଘ, କାଦୁଆ ଆନୁକୂଲ୍ୟରେ ଏମ୍ଏମ୍ସିସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ*
ଗଣିଆ (ମଣିଭଦ୍ରା ଖବର) କାଦୁଆ ଗ୍ରାମର ରାଧାକୃଷ୍ଣ ଯୁବକ ସଂଘ ଆନୁକୂଲ୍ୟରେ ମା ମହାମାୟୀ କ୍ରିକେଟ୍ କ୍ଲବ୍ (MMCC) ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ।
ସମ୍ମାନିତ ଅତିଥି ଭାବେ କାଦୁଆ ଗ୍ରାମର ସଭାପତି ଶ୍ରୀଯୁକ୍ତ ପୀତବାସ ସ୍ୱାଇଁ, ଗଣିଆ ୮ନଂ ଜୋନ୍ ର ଜିଲ୍ଲାପରିଷଦ ଶ୍ରୀ ନରେଶ ଚନ୍ଦ୍ର ବେହେରା, ସମାଜସେବୀ ଓ ଗଣିଆ ବ୍ଲକ୍ ବିଜେଡି ସଭାପତି ଶ୍ରୀ ଶେଷଦେବ ସ୍ୱାଇଁ, ମହାନଦୀ ପବ୍ଲିକ୍ ସ୍କୁଲ୍ ପ୍ରତିଷ୍ଠାତା ଶ୍ରୀ ପଙ୍କଜ କୁମାର ସାହୁ, ରାଧାକୃଷ୍ଣ ଯୁବକ ସଂଘ ର ସଭାପତି ଦୀପକ କୁମାର ମହାନ୍ତି ଓ ଉପସଭାପତି ଅଭୟ ମହାନ୍ତି ଉପସ୍ଥିତ ଥିଲେ।
ଉଦ୍ଘାଟନୀ ମ୍ୟାଚ୍ରେ ବାଲିସାହି ଓ ବିଜୟନଗର ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା ଏବଂ ବାଲିସାହି ଦଳ ବିଜୟୀ ହୋଇଥିଲା। ଅତିଥିମାନେ ଯୁବ ସମାଜକୁ କ୍ରୀଡା ମାଧ୍ୟମରେ ଶାରୀରିକ ଓ ମାନସିକ ଉନ୍ନତି ପାଇଁ ଆଗକୁ ଆସିବାକୁ ଆହ୍ୱାନ କରିଥିଲେ।
କ୍ଲବ୍ ର ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗରେ ଅନୁଷ୍ଠାନଟି ସଫଳ ଭାବେ ସମ୍ପନ୍ନ ହୋଇଥିଲା।
ମଣିଭଦ୍ରା ଖବର, ଗଣିଆ


Post a Comment