BREAKING
Loading...
:

ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ଯୋଜନାରେ ନୂଆ NAC, ଗଠନ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ'

 'ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ଯୋଜନାରେ ନୂଆ NAC, ଗଠନ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ'



ଏନଏସି ଗଠନକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ବର୍ତ୍ତମାନ ସହରୀକରଣର ଆବଶ୍ୟକତା ରହିଛି। ୧୪ ମାସ ଭିତରେ ୨୮ଟି ଏନଏସି, ୭ଟି ମୁନିସିପାଲିଟି ଏବଂ ଗୋଟିଏ ମହାନଗରନିଗମ ପାଇଁ କଥା ଦେଇଥିଲୁ। ତାହା ଚୂଡ଼ାନ୍ତ ହେଲା। ଜନଗଣନା ପାଇଁ କିଛିଦିନ ବିଳମ୍ବ ହୋଇପାରେ।


ନଗର ଉନ୍ନୟନ ମନ୍ତ୍ରୀ ପୁଣି କହିଛନ୍ତି ଯେ, ବୁଧବାର ଡ୍ରାଫ୍ଟ ନୋଟିଫିକେସନ ହେଲା। ତା ପାଇଁ ବ୍ଲୁ ପ୍ରିଣ୍ଟ ହୋଇଛି। ସବୁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ଯୋଜନାରେ କାର୍ଯ୍ୟକାରୀ ହେବ। ଏଥିପାଇଁ ମାଷ୍ଟର ପ୍ଲାନ୍ ହୋଇଛି। ସେଥିରେ ଡ୍ରେନ୍, ରୋଡ୍, ଅଫିସ୍ ବିଲ୍ଡିଂ ପାଇଁ ୫ କୋଟି ରହିଛି। ଲାଇଟ୍ ପାଇଁ ୫୦ ଲକ୍ଷ, ଡ୍ରେନ୍ ପାଇଁ ୫୦ ଲକ୍ଷ, ସଫେଇ ପାଇଁ ୫୦ ଲକ୍ଷ ରହିଛି। ସବୁ ଏନଏସିରେ ବିଡିଓମାନେ କାର୍ଯ୍ୟକାରୀ ଅଧିକାରୀ ଚାର୍ଜରେ ରହିବେ ଜିଲ୍ଲାପାଳ ପ୍ରଶାସନିକ ଅଧିକାରୀ ଭାବେ କାମ କରିବେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS