ଅବହେଳିତ ପଯ୍ୟଟନ କ୍ଷେତ୍ର ପଣ୍ଡି l
ପ୍ରାକୃତିକ ସୌନ୍ଦଯ୍ୟ ରେ ପରିପୂର୍ଣ କୋରାପୁଟ କୁ ଶୀତ ଦିନ ଆସିଲେ ରାଜ୍ୟ ତଥା ରାଜ୍ୟ ବାହାରୁ ପଯ୍ୟଟକ ଙ୍କ ସୁଅ ଛୁଟିଥାଏ l ସେହିପରି ଜିଲ୍ଲା ର ରାଣୀ ଡୁଡୁମା ପୁଞ୍ଜିସିଲି ଠୁ ଗୁପ୍ତେଶ୍ୱର ଯାଏଁ ପଯ୍ୟଟନ କ୍ଷେତ୍ର ରହିଥିବା ବେଳେ କୋରାପୁଟ ରୁ ଆଠ କିମି ଭିତରେ ଥିବା ପଣ୍ଡି ପଯ୍ୟଟନ କ୍ଷେତ୍ର କୁ ଆଜି ରାଜ୍ୟ ସରକାର ଙ୍କ ଠୁ ଧରି ପଯ୍ୟଟକ ଯାଏଁ ଗୁରୁତ୍ୱ ଦେଉଛନ୍ତି l ଏପରିକି ରାଜ୍ୟସରକାର ଏହାର ଉନ୍ନତି କରଣ ପାଇଁ ଦଶକୋଟି ଆର୍ଥିକ ରାଶି ପ୍ରଦାନ ପାଇଁ ଘୋଷଣା କରିଥିବା ବେଳେ ଏହି ପଯ୍ୟଟନ କ୍ଷେତ୍ରଟି ଆଜିଯାଏ ଅବହେଳିତ ଅବସ୍ଥାରେ ରହିଛି ପଣ୍ଡି ରେ ପାନୀୟ ବ୍ୟବସ୍ଥାନ ଥିବା ଯୋଗୁଁ ବାଧ୍ୟ୍ୟ ହୋଇ ଭୋଜି କରିବା ପାଇଁ ଆସୁଥିବା ପଯ୍ୟଟକ ମାନେ ନିକଟ ବର୍ତ୍ତୀ ଗ୍ରାମ ରୁ ପାଣି ବୋହିକି ଆଣିଥାନ୍ତି ଅଥବା ପାଣି ବେରେଲ ସାଙ୍ଗରେ ଆଣିଥାନ୍ତି ସେହିପରି ଜଳଭଣ୍ଡାର ଭିତରେ ବୁଲି ଦେଖିବାପାଇଁ ସରକାରୀ ଲଞ୍ଚ ର କୌଣସି ବ୍ୟବସ୍ଥା ନାହିଁ l ବାଧ୍ୟହୋଇ କି ବେସରକାରୀ ଲଞ୍ଚ ରେ ଚଢ଼ା ଦରରେ ଟଙ୍କା ଦେଇକି ପଯ୍ୟଟକ ମାନଙ୍କୁ ବୁଲିବାକୁ ପଡିଥାଏ l ସେହିପରି ପଯ୍ୟାପ୍ତ ପରିମାଣ ର ପାର୍କିଂ ବ୍ୟବସ୍ଥା ନାହିଁ ରାସ୍ତା ଟି ଆଜି ଯାଏଁ ଖାଲ ଖମା ର ରହିଥିବା ବେଳେ ପଯ୍ୟଟକ ମାନେ ଯିବା ଆସିବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସେହିପରି ପଣ୍ଡି ଠୁ କିଛି ଦୂର ମଧ୍ୟ୍ୟ ରେ ଗେଟ ଟାଣିକି କିଛି ଲୋକ ପରିମଳ ର ଦ୍ୱାହି ଦେଇକି ଟଙ୍କା ଆଦାୟ କରୁଛନ୍ତି ଆଲୋକୀକରଣ ର ସେମିତି ବ୍ୟବସ୍ଥା ନାହିଁ ସେହିପରି ନଦୀ ନିକଟରେ ସୁରକ୍ଷା ବ୍ୟବସ୍ଥା କିଛି ନାହିଁ କି ବିଭାଗ ତରଫରୁ କୌଣସି ଗାଇଡ଼ ଙ୍କୁ ନିୟୋଜିତ କରାଯାଇନି l ଏହି ପରି ଅନେକ ସମସ୍ୟା ରେ ଜର୍ଜ୍ଜରିତ ପଯ୍ୟଟନ କ୍ଷେତ୍ର ପଣ୍ଡି ପ୍ରତି କେବେ ଜିଲ୍ଲା ପ୍ରଶାସନ ପଯ୍ୟଟନ ବିଭାଗ ର ଦୃଷ୍ଟି ପଡିବ ତାହା ହିଁ ସାଧାରଣ ରେ ପ୍ରଶ୍ନ ଉଙ୍କି ମାରୁଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق