BREAKING
Loading...
:

ଗଜପତିମହାରାଜାଙ୍କପୁଷ୍ୟାଭିଷେକ

 ଗଜପତିମହାରାଜାଙ୍କପୁଷ୍ୟାଭିଷେକ



ଆଜି ପବିତ୍ର ପୂଷ୍ୟା ନକ୍ଷତ୍ର ତିଥିରେ ରାଜନଅରରେ  ଶ୍ରୀ ଶ୍ରୀ ଶ୍ରୀ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣୋଟତ୍କଳ କଳବର୍ଗେଶ୍ଵର ଅଭିରାଏ ଭୁତ ଭୈରବ ଦୁଃସହ ଦୁଃଶାସନ ଅନିକରଣେ ରାଉତରାୟ ଅତୁଳବଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ବୀରାଧୀବୀରବର ମହାପ୍ରତାପୀ ମହାରାଜା ଶ୍ରୀ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କର ପୁଷ୍ୟାଭିଷେକ ନୀତି ସମ୍ପାଦିତ ହୋଇ ଯାଇଛି । ପୁଷ୍ୟାଭିଷେକ ନୀତି ପାଇଁ ଶ୍ରୀନଅର ବାଦ୍ୟ ଓ ମନ୍ତ୍ର ଧ୍ୱନିରେ ପୁରିଉଠିଥିଲା । ରାଜଗୁରୁ ଅଭିଷେକ କରାଇ ମଙ୍ଗଳାର୍ପଣ ନୀତି ସଂପନ୍ନ କରିଥିଲେ । ଏହି ସମୟରେ ଗଜପତିଙ୍କ ସମେତ ମହାରାଣୀ ଉପସ୍ଥିତ ଥିଲେ ।  ପ୍ରଥମେ ରାଜଗୁରୁମାନେ ବରୁଣ ଓ ବର୍ଦ୍ଧନୀ ପୂଜା କରିଥିଲେ । ଗଜପତି ମହାରାଜ ଓ ମହାରାଣୀ ଆସ୍ଥାନ ଗ୍ରହଣ କରିଥିଲେ । ଏହି ଉପଲକ୍ଷେ ଶ୍ରୀନଅରରେ ବରୁଣ ପୂଜା, ବର୍ଦ୍ଧନୀକଳସ ପୂଜା, ରାମାଭିଷେକ, ପଞ୍ଚଦେବତା, ମହାପ୍ରଭୁଙ୍କ ପୂଜା ଶାସ୍ତ୍ରୀୟ ଉପଚାରରେ ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ମହାରାଣୀ ଲୀଳାବତୀ ପାଟ୍ଟମହାଦେବୀ ପୂଜାସ୍ଥଳୀକୁ ବିଜେ କରିଥିଲେ। ପ୍ରଥମେ ମଙ୍ଗଳାର୍ପଣ ନୀତି ସଂପାଦନ କରାଯାଇଥିଲା। ରାଜଗୁରୁଆଣୀ ପ୍ରଜ୍ଞାପରମିତା ରାଜଗୁରୁ ମହାରାଜ ଓ ମହାରାଣୀଙ୍କୁ ବନ୍ଦାପନ କରିଥିଲେ ବନ୍ଦାପନା ପରେ ମହାପ୍ରଭୁଙ୍କ ପାଖରୁ ଆସିଥିବା ସ୍ୱତନ୍ତ୍ର ତାଟ ଭୋଗ ଗଜପତି ମହାରାଜ ସେବନ କରି ଗାଦିକୁ ବିଜେ କରିଥିଲେ। ଏହାପରେ ୧୬ ଶାସନ ବ୍ରାହ୍ମଣମାନେ ସୁତା ଓ ବିଭିନ୍ନ ଧାତୁର ପଇତା, ଶ୍ରୀଫଳ ଗଜପତିଙ୍କ ଉଦ୍ଦେଶ୍ୟରେ ରାଜଗୁରୁଙ୍କୁ ପ୍ରଦାନ କରିଥିଲେ। ରାଜଗୁରୁ ଏହାକୁ ଗଜପତିଙ୍କ ମସ୍ତକରେ ଛୁଆଁଇବା ପରେ ପରେ ୧୬ ଶାସନର ବ୍ରହ୍ମଣମାନେ ଗଜପତି ମହାରାଜଙ୍କୁ ଆଶୀର୍ବାଦ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS