ପଞ୍ଚାୟତରେ ୧୦୦ ଜଣଙ୍କୁ ଋଣ ଦାବିରେ
କଳିଙ୍ଗସେନାର ବିଶାଳ ଶୋଭାଯାତ୍ରା
ଭୁବନେଶ୍ୱର,- : ଓଡିଶାରୁ ୫ ବର୍ଷ ଭିତରେ ୩୦ ଲକ୍ଷ କୋଟି ଟଙ୍କାର ଜମା ରାଶି ସଂଗ୍ରହ କରୁଥିବା ବ୍ୟାଙ୍କମାନେ ପଞ୍ଚାୟତରେ ୧୦୦ ଯୁବକ ଯୁବତୀଙ୍କୁ ୧୦ଲକ୍ଷ ଟଙ୍କାର ଋଣ ପ୍ରଦାନ କରିବା ଦାବିରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ସାଧାରଣ ସମ୍ପାଦକ ବିଜୟ ରାଜଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବାହାରି ପିଏମଜି ଛକରେ ପହଁଞ୍ଚôଥିଲା । ସେଠାରେ ଆୟୋଜିତ ଏକ ପ୍ରତିବାଦ ସଭାରେ ସେନାର ସାଧାରଣ ସମ୍ପାଦକ ଇଂ ମନୋଜ ନାୟକ କହିଥିଲେ ଯେ, ରିଜର୍ଭ ବ୍ୟାଙ୍କ ଗାଇଡ ଲାଇନ ଅନୁଯାୟୀ ବିନା ବନ୍ଧକରେ ଏବଂ ବିନା ଆୟକର ରିଟର୍ନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କମାନେ ଋଣ ଦେବା ପାଇଁ ପ୍ରାବଧାନ ରହିଛି । ଅନ୍ୟତମ ସାଧାରଣ ସମ୍ପାଦକ ରାଧାମୋହନ ପଟ୍ଟନାୟକ କହିଥିଲେ ଯେ, ଓଡିଶାରେ ଓଡିଆମାନଙ୍କୁ ଋଣ ନାହିଁ । କିନ୍ତୁ ଅଣ ଓଡିଆଙ୍କୁ ବ୍ୟାଙ୍କମାନେ ତୁରନ୍ତ ଋଣ ପ୍ରଦାନ କରୁଛନ୍ତି । ଏହାର ପ୍ରତିବାଦ ସାରା ଓଡିଶାର ବ୍ୟାଙ୍କ ମାନଙ୍କ ସମ୍ମୁଖରେ ୪୦ ଲକ୍ଷ ବେକାର ଯୁବକଯୁବତୀଙ୍କୁ ନେଇ ପ୍ରତିବାଦ କରାଯିବ । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବ୍ୟାଙ୍କମାନଙ୍କୁ ବିନା ବନ୍ଧକରେ ୧୦ ଲକ୍ଷ ଟଙ୍କା ଋଣ ଦେବା ପାଇଁ କହିଥିଲେ ବୋଲି ଅନ୍ୟତମ ସାଧାରଣ ସମ୍ପାଦକ ଅମୁଲ୍ୟ ନାୟକ ପ୍ରକାଶ କରିଥିଲେ । ସଙ୍ଗଠନ ମନ୍ତ୍ରୀ ସଞ୍ଜୟ ପ୍ରଧାନ କହିଥିଲେ ଯେ, ଆମ ରାଜ୍ୟର ଜମାରାଶିକୁ ବାହାର ରାଜ୍ୟରେ ଋଣ ଦିଆଯାଉଛି କିନ୍ତୁ ଆମ ଓଡିଆ ମାନଙ୍କୁ ମିଳୁନାହିଁ । ଓଡ଼ିଆ ମାନଙ୍କୁ ରଣ ଦେବାପାଇଁ ବ୍ୟଙ୍କ ଉପରେ କଳିଙ୍ଗ ସେନା ଚାପ ପ୍ରୟୋଗ କରାଯିବ ବୋଲି ଦଳର ମହାସଚିବ ପ୍ରଫେସର ଅଶୋକ ନାୟକ କହିଥିଲେ ।ଉପ ସଭାପତି ଅବଦୁଲ କୟୁମ ଖାନ୍ କହିଥିଲେ ଯେ, ଆଦିବାସୀ ହରିଜନମାନଙ୍କୁ ଟଙ୍କାଟିଏ ବି ଋଣ ମିଳୁନାହିଁ । ଓଡିଶାରେ ଅଣ ଓଡିଆ ଶିଳ୍ପପତି ଶିଳ୍ପ କରିବା ଆଳରେ କୋଟି କୋଟି ଟଙ୍କା ଋଣ ନେଇ ଶିଳ୍ପକୁ ବନ୍ଦ କରି ଟଙ୍କା ଧରି ଛୁ ମାରିଲେଣି ବୋଲି ଅନ୍ୟତମ ଉପ ସଭାପତି ହିମାଶୁଂ ନାୟକ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ସାହୁ, ସୁଧାକର ବେହେରା, ମୋନାଲିଶା ବିଶ୍ୱାଳ, ମଧୁସୁଦନ ସାହୁ, ସୁମନ୍ତ ସ୍ୱାଇଁ, ସମୀର ପ୍ରଧାନ, ସବ୍ୟସାଚୀ ମହାପାତ୍ର, ତୁଳସୀ ଦାସ, ହେମନ୍ତ ସିଂ ପ୍ରମୁଖ ଶୋଭାଯାତ୍ରାରେ ଯାଇ ଓଡିଆ ଯୁବକଯୁବତୀମାନଙ୍କୁୂ ତୁରନ୍ତ ଋଣ ପ୍ରଦାନ ନକଲେ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି କହିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق