ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୩୮ ଜଣିଆ ସାଂସ୍କୃତିକ ଦଳର ବାଲେଶ୍ୱର ଗ୍ରସ୍ଥ
ଗୋପାଳପୁର / ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଉଥିବା ୩୯ତମ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବରେ ଭାଗ ନେବାପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ତଥା ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ, ବାଲିଗୁଡା ମହାବିଦ୍ୟାଳୟ, ସିଟି କଲେଜ ଏବଂ ଚିକିଟି ମହାବିଦ୍ୟାଳୟରୁ ଏକ ୩୮ ଜଣିଆ ସାଂସ୍କୃତିକ ଦଳ ବାହାରିଛନ୍ତି l ଛାତ୍ର ଛାତ୍ରୀ ମାନେ ବତ୍କୃତା, କୁଇଜ, ପ୍ରବନ୍ଧ, ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ, ସଂଗୀତ, ପୋଷ୍ଟର ମେକିଙ୍ଗ ଆଦି୧୫ ଗୋଟି ପ୍ରତିଯୋଗିତାରେ ଭାଗ ନେବେ l ଡ ମିହିର କୁମାର ତ୍ରିପାଠୀ ଟିମ ମେନେଜର ଥିବାବେଳେ ଅଧ୍ୟାପିକା ଅସ୍ମିତା ବେଉରା କଂଟିଜେଣ୍ଟ ଇନଚାର୍ଜ ଭାବେ ଏହି ଦଳରେ ସାମିଲ ହୋଇଛନ୍ତି l ପ୍ରକାଶ ଥାଉକି, ଗତବର୍ଷ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦଳଗତ ଆଦିବାସୀ ନୃତ୍ୟରେ ଚମ୍ପିୟାନ ହୋଇ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ଯୁବ ମହୋତ୍ସବରେ ଭାଗ ନେଇ ୨ୟ ସ୍ଥାନ ଅଧିକାର କରିଥିଲା l ଚଳିତ ବର୍ଷ ମଧ୍ୟ ଆହୁରି ଅଧିକ ପୁରସ୍କାର ମିଳିବ ବୋଲି ଡ ତ୍ରିପାଠୀ ଜଣାଇଛନ୍ତି l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ସଚ୍ଚିଦାନନ୍ଦ ନାୟକ, ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ଗଣେଶ ସେଠି, ସାଂସ୍କୃତିକ ସଂଯୋଜିକା ଡ ସରିତା ଦାଶ, ଯୁଗ୍ମ କୁଳସଚିବ ଡ ବାବୁଜି ସାମଲ ଏବଂ ସହ କୁଳ ସଚିବ ଡ ସରୋଜ କୁମାର ଦାଶ ପ୍ରମୁଖ ଏହି ଅବସରରେ ଅଭିନନ୍ଦନ ଜ୍ଞାପନ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق