ବଲାଙ୍ଗୀର/ଟିଟିଲାଗଡ,ଟିଟିଲାଗଡ ରେଳ ଧାରଣା ରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ଜଣେ ଯୁବକ କୁ ଉଦ୍ଧାର କରାଯାଇଛି । ଏହି ଯୁବକ ରେଳ ଷ୍ଟେସନ ରୁ କିଛି ଦୂର ହାଟପଦା ପଡା ଓଭର ବ୍ରିଜ ନିକଟ ରେ ରେଳ ଧାରଣା ରେ ଆତ୍ମହତ୍ୟା ଉଦ୍ୟମ କରିବା ଖବର ପାଇ ଟିଟିଲାଗଡ ଜିଆରପି ଓ ଆରପିଏଫ କର୍ମଚାରୀ ମିଳିତ ଭାବେ ଉଦ୍ଧାର କରିଥିଲେ । ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ପୋଲିସ ପହଞ୍ଚିଥିବା ବେଳେ ପ୍ରାରମ୍ଭିକ ଚିକିତ୍ସା ଆରମ୍ଭ ହୋଇଛି । ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇ ଥିବା ପ୍ରକାଶ ପାଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق