BREAKING
Loading...
:

ବୁଲା ବିକଳିଙ୍କ କବଜାରେ ଗ୍ରାମାଞ୍ଚଳ ଓ ସହର

 ବୁଲା ବିକଳିଙ୍କ କବଜାରେ ଗ୍ରାମାଞ୍ଚଳ ଓ ସହର 




ବାଲିମେଳା N.A.C

ମାଲକାନଗିରି ଜିଲ୍ଲା ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଲା ବିକଳିଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି।କଂସା ବାସନ ଠାରୁ ଆରମ୍ଭ କରି, ଗଦି, ବେଡ଼ସିଟ, ଚାଦର, ଲୁଗା,କମ୍ବଳ,ଷ୍ଟେସେନାରୀ ସାମଗ୍ରୀ,ପ୍ଲାଷ୍ଟିକ ଚେୟାର, ପ୍ଲାଷ୍ଟିକ ଓ ଷ୍ଟିଲ ସାମଗ୍ରୀ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।ଏମାନଙ୍କ ମଧ୍ୟରୁ କେତେକ ସ୍ଥାନୀୟ ଅଞ୍ଚକର ହୋଇଥିବା ବେଳେ ଅଧିକାଂଶ ବ୍ୟବସାୟୀ ବାହାର ଦେଶରୁ ଆସି ସେମାନେ କିଛି ଅଞ୍ଚଳରେ ଘରଭଡା  ନେଇ ବାଇକ ଯୋଗେ ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଗାଁଗଣ୍ଡା  ବୁଲି ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି।ତେବେ ଏହି ଅଞ୍ଚଳକୁ ବାହାର ରାଜ୍ୟ ଏବଂ ବାହାର ଦେଶରୁ ଦଳ ଦଳ ହୋଇ ବେପାର କରୁଥିବା 

ବ୍ୟବସାୟୀ ମାନଙ୍କର ଠିକଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ନିକଟରେ କୌଣସି ତଥ୍ୟ ନାହିଁ।ବିଡମ୍ବନାର ବିଷୟ  ଏହିକି ଯେ,

ବୁଲା ବିକାଳିମାନେ ବ୍ୟବହାର କରୁଥିବା ତଥା ବାଇକରେ ବିଭିନ୍ନ ପ୍ରକାର ସାମଗ୍ରୀ ଗୁଡିକୁ ଲଦି ନେଇ ଯାଉଥିବା ବାଇକ ମଧ୍ୟରୁ ଅଧିକାଂଶ ନମ୍ବର ବିହୀନ ଓ ଭଙ୍ଗା ଦଦରା ହୋଇଥିବା ସତ୍ୱେ ଏହାର ଆବଶ୍ୟତା ଠାରୁ ଅଧିକ ସାମଗ୍ରୀ ନେଇ ବିପଦ ସଂକୁଳ ଅବସ୍ଥାରେ ସେମାନେ ଗାଁ ଗାଁ ବୁଲି ବ୍ୟବସାୟ କରୁଛନ୍ତି।ଅଧିକାଂଶ ସମୟରେ ଆଞ୍ଚଳିକ ପରିବହନ  ବିଭାଗର ଆରଟିଓ ଏବଂ ଏମଭିଆଇଙ୍କ ପକ୍ଷରୁ ରାସ୍ତାରେ ଯାତାୟତ କରୁଥିବା ଗାଡି ମୋଟର ଯାଞ୍ଚ କରି ଆଇନ ଉଲଂଘନ କରି ଗାଡି ଚଳାଉଥିବା ମାଲିକ ଓ ଚାଳକଙ୍କ ବିରୋଦ୍ଧରେ ଦୃଢ କର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ନଜିର ରହିଛି।ହେଲେ ଏହି ବୁଲା ବ୍ୟବସୟୀ ମାନେ ବ୍ୟବହାର କରୁଥିବା ମୋଟର ସାଇକେଲ ଗୁଡିକ ଉପରେ କିପରି ଆଞ୍ଚଳିକ ପରିବହନ ବିଭାଗ କତୃପକ୍ଷ ଙ୍କ ନଜର ପଡୁନି ଏହାକୁ ନେଇ ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟବସାୟୀଙ୍କ କଥା ବାର୍ତ୍ତା ଓ ଚାଲି ଚଲାନରୁ ସେମାନେ ବାଙ୍ଗଲାଦେଶୀ ବୋଲି ଅନୁମାନ କରାଯାଉଛି।ଏଣୁ ପ୍ରଶାସନ ପକ୍ଷରୁ ଏମାନଙ୍କୁ ତୁରନ୍ତ ଚି଼ହ୍ନଟକରି ସେମାନଙ୍କର ଆଧାର କାର୍ଡ, ଫଟୋ ପରିଚୟ ପତ୍ର ସହ ଅନ୍ୟାନ୍ୟ ସମସ୍ତ ନଥିପତ୍ର ପତ୍ର ଓ ଠିକଣା ଯାଞ୍ଚ କରିବା ବହୁ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS