BREAKING
Loading...
:

ବେଲଗୁଣ୍ଠା ଗୋଷ୍ଠୀ ସଂଘର୍ଷ ଘଟଣାରେ ଉଭୟ ପକ୍ଷର ୧୦ ଗିରଫ ; ପୋଲିସ୍ ଛାଉଣିରେ ବେଲଗୁଣ୍ଠା

 ବେଲଗୁଣ୍ଠା ଗୋଷ୍ଠୀ ସଂଘର୍ଷ ଘଟଣାରେ ଉଭୟ ପକ୍ଷର ୧୦ ଗିରଫ ; ପୋଲିସ୍ ଛାଉଣିରେ ବେଲଗୁଣ୍ଠା 



ବେଲଗୁଣ୍ଠା, -: ଗତ କାଲି ବେଲଗୁଣ୍ଠାରେ ଦୁଇ ଦଳିତ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ପୋଲିସ୍ ଦଶ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଗତ ଛଅମାସ ତଳେ ସ୍ଥାନୀୟ ଏକ ପେଟ୍ରୋଲ୍ ଟାଙ୍କିରେ ବେଲଗୁଣ୍ଠାର ଜଣେ ଦଳିତ ପିଲାକୁ ହରିଜନ ଉଢୁରାର କିଛି ପିଲା ଆକ୍ରମଣ କରିଥିଲେ I ଏହି ଗଣ୍ଡଗୋଳ ପରେ ବେଲଗୁଣ୍ଠା ଥାନାରେ ମୌଖିକ ଭାବେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲେ ମଧ୍ୟ ଭିତରେ ଭିତରେ ଶତ୍ରୁତାର ନିଆଁ  ଜଳୁଥିଲା I ଗତ ମକର ଯାତ୍ରାରେ ପୁଣି ଥରେ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଥିଲା I ଏନେଇ ଥାନାରେ ଅଭିଯୋଗ କରିବା ପାଇଁ  ହରିଜନ ଉଢୁରାର କିଛି ଲୋକ ବେଲଗୁଣ୍ଠା ଥାନାକୁ ଆସିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା I ଏଥିରେ ଆହତ ହୋଇଥିବା ଦୁଇଜଣଙ୍କୁ ବେଲଗୁଣ୍ଠା ଇନ୍ସପେକ୍ଟର୍ ଅଭୟ ପ୍ରଧାନ ଏବଂ ପୋଲିସ୍ ବାହିନୀ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ I ପରିସ୍ଥିତି ଅଣାୟତ ହେବାରୁ ଅଭୟଙ୍କ ଠାରୁ ଖବର ପାଇ ଭଞ୍ଜନଗର ଏସଡିପିଓ ଡ.ଦୀପକ୍ କୁମାର ମିଶ୍ର ପୋଲିସ୍ ବାହିନୀ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ I ଦୁଇ ଘଣ୍ଟା ଧରି ବେଲଗୁଣ୍ଠା ରେ ଲୋକ ଭୟଭୀତ ଅବସ୍ଥାରେ ଥିଲେ I  ସକାଳୁ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ୍ ବେଲଗୁଣ୍ଠା ଦଳିତ ସାହି ଛକରେ ପଇଁତରା ମାରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ବେଲଗୁଣ୍ଠା ରେ ପୋଲିସ୍ ମୁତୟନ ରହିଛନ୍ତି I ଏନେଇ ବେଲଗୁଣ୍ଠା ଦଳିତ ସାହିର ସୋନୁ ନାଇକ ୨୫,ଦେଇଥିବା ଏତାଲା ପ୍ରକାରେ କେଶ୍ ନମ୍ବର୍ ୨୧/୨୬ ଏକା ମାମଲା ରୁଜୁ କରାଯାଇ ଏହାକୁ ଭିତ୍ତି କରି  ହରିଜନ ଉଢୁରାର ଅକ୍ଷୟ ନାଇକ (26), ପ୍ରଣୟ ନାଇକ (26),ମୁନା ନାଇକ (33),ଲିପୂନ ନାଇକ (34) କୁ ଗିରଫ କରାଯାଇଛି I ସେହିପରି ହରିଜନ ଉଢୁରାର ଅକ୍ଷୟ ନାଇକ ଦେଇଥିବା ଏତାଲା ପ୍ରକାରେ କେଶ୍ ନମ୍ବର୍ ୨୨/୨୬ ରେ ଏକ ମାମଲା ରୁଜୁ କରି ବେଲଗୁଣ୍ଠା ଦଳିତ ସାହିର ସୋନୁ ନାଇକ (27),ବାଦଲ ନାଇକ (26),ପ୍ରକାଶ ନାଇକ, ୩୫,ସଂଗ୍ରାମ ନାଇକ (30),ସୁଶାନ୍ତ ସାହୁ (28),ଶିଶିର ନାଇକ (30) କୂ ଗିରଫ କରି ଭଞ୍ଜନଗର କୋର୍ଟଚାଲାଣ କରାଯିବା ସହ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହଜାରକୁ ପଠାଇ ଦିଆଯାଇଥିବା ଆଇ ଆଇ ସି ରେବତୀ ଶବର ପ୍ରକlସ କରିଛନ୍ତି l ଏସ୍ଆଇ ବିଶ୍ୱରଂଜନ ନାୟକ ଘଟଣାର ତଦନ୍ତ କରୁଛନ୍ତି I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS