ମାର୍ଚ୍ଚ ପ୍ରଥମ ସପ୍ତାହରୁ ପଞ୍ଚମ ଓ ଅଷ୍ଟମରେ ବାର୍ଷିକ ପରୀକ୍ଷା, ଏପ୍ରିଲ୍ରେ ସପ୍ଲିମେଣ୍ଟାରୀ ପରୀକ୍ଷା
ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ବାର୍ଷିକ ପରୀକ୍ଷା ହେବ । ପାସ୍, ଫେଲ ବ୍ୟବସ୍ଥା ରହିବ । ପ୍ରଥମରୁ ଚତୁର୍ଥ ଶ୍ରେଣୀ ଓ ଷଷ୍ଠ, ସପ୍ତମ ଶ୍ରେଣୀ ପିଲାଙ୍କର ସମେଟିଭ୍ ଆସେସ୍ମେଣ୍ଟ ହେବ । ମାର୍ଚ୍ଚ ମାସର ପ୍ରଥମ ସପ୍ତାହରୁ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ପରୀକ୍ଷା ଫଳ ଘୋଷଣା ହେବ ।
ମାର୍ଚ୍ଚ ୧୬ରୁ ଏପ୍ରିଲ୍ ୧୫ ତାରିଖ ମଧ୍ୟରେ ପରୀକ୍ଷାରେ ଫେଲ୍ ହୋଇଥିବା କିମ୍ବା କମ୍ ମାର୍କ ରଖିଥିବା ପିଲାଙ୍କର ପ୍ରତିକାର କାର୍ଯ୍ୟକ୍ରମ କରାଯିବ । ଏହାକୁ ବିଷୟ ଭିତ୍ତିକ ଶିକ୍ଷକ କରିବେ । ଏପ୍ରିଲ୍ ତୃତୀୟ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଚତୁର୍ଥ ସପ୍ତାହରେ ଫଳ ପ୍ରକାଶ ପାଇବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ହୋଇଛି । ଚିଠି ଅନୁଯାୟୀ, ସ୍କୁଲ ସ୍ତରରେ ମାର୍ଚ୍ଚ ୨ ତାରିଖରେ ପ୍ରଶ୍ନପତ୍ର ପହଞ୍ଚିବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment