BREAKING
Loading...
:

ଅଭିନୟନା ପକ୍ଷରୁ ନୃତ୍ୟ ସଙ୍ଗୀତ ଭିତ୍ତିକ ବାର୍ଷିକ ଉତ୍ସବ ' କଳା ସଙ୍ଗମ : ୨୦୨୬' ଆୟୋଜିତ

 ଅଭିନୟନା ପକ୍ଷରୁ ନୃତ୍ୟ ସଙ୍ଗୀତ ଭିତ୍ତିକ ବାର୍ଷିକ ଉତ୍ସବ ' କଳା ସଙ୍ଗମ : ୨୦୨୬'  ଆୟୋଜିତ




...………………………


ବାରଙ୍ଗ: ରାଜ୍ୟର ଅଗ୍ରଣୀ ଓଡିଶୀ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଅଭିନୟନା ପକ୍ଷରୁ ବାର୍ଷିକ କାର୍ଯ୍ୟକ୍ରମ କଳା ସଙ୍ଗମ ପାଳିତ ହୋଇ ଯାଇଅଛି । ବାରଙ୍ଗ ବ୍ଳକ୍ ଅନ୍ତର୍ଗତ ନରଣପୁର ଗ୍ରାମ ଖେଳ ପଡିଆରେ ଅନୁଷ୍ଠିତ ଏହି ସମାରୋହରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ପଣ୍ଡିତ ବୀରେନ୍ଦ୍ର ପଣ୍ଡା । ଆମନ୍ତ୍ରିତ ଅତିଥି ମାନଙ୍କ ଗହଣରେ ଯୋଗ ଦେଇଥିଲେ ବିଶିଷ୍ଠ ଓଡ଼ିଶୀ ନୃତ୍ୟଗୁରୁ ଗୁରୁ ଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁ, ଗୁରୁ ଶ୍ରୀମତୀ ମିନତୀ ପ୍ରଧାନ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ମାନବାଧିକାର କର୍ମୀ ଶ୍ରୀ ଅଭିଜିତ ଦୀକ୍ଷିତ, ଡ଼. ମାନସ କୁମାର ନାୟକ, ଶିକ୍ଷାବିତ୍ ଶ୍ରୀଯୁକ୍ତ ମନୋରଞ୍ଜନ ଦାସ ଓ ପରିବେଶବିତ୍ ଶ୍ରୀଯୁକ୍ତ ସୁମନ୍ତ କୁମାର ଜେନା। କାର୍ଯ୍ୟକ୍ରମ ଆରମ୍ଭରେ ଗୁରୁପୂଜନ କରିଥିଲେ ଅନୁଷ୍ଠାନର ଅଧ୍ୟ୍ୟକ୍ଷା ଶ୍ରୀମତୀ ରୋଜାଲିନ ସୁନ୍ଦରାୟ। ମଞ୍ଚରେ ବିଭିନ୍ନ ବର୍ଗର କଳାକାର ମାନଙ୍କ ସହ ଗ୍ରାମର ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ବିଷ୍ଣୁମୋହନ ଦାସ ଏବଂ ଶ୍ରୀମତୀ ଭାବନୀ ସୁନ୍ଦରାୟ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅଭିଜିତ ଦାସ । କାର୍ଯ୍ୟକ୍ରମଟିକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ଲିଜାଲିନ୍, ଆଲୋକ, ପ୍ରାଚୀ, ସୋନାଲି, ଶ୍ରୀଧର, ଶୁଭଶ୍ରୀ, ଚିନ୍ମୟ, ଆକାଶ, ଲିପୁ, ପୂପୁନ, ଦୀପକ, ସୁପ୍ରିୟା, ରାଜେଶ୍ୱରୀ ପ୍ରମୁଖ । ଓଡିଶୀ ନୃତ୍ୟ ପରି ସଙ୍ଗୀତକୁ ମଧ୍ୟ ଯଥା ଶୀଘ୍ର ଶାସ୍ତ୍ରୀୟ ମାନ୍ୟତା ମିଳୁ ବୋଲି ସଭାରେ ମତ ପ୍ରକାଶ ପାଇଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS