ତତଲାଗଡ ରୂପେ ପରିଚିତ ଟିଟିଲାଗଡ ରେ ପଞ୍ଚାୟତିରାଜ ତଥା ଗ୍ରାମୀଣ ଜଳ ଯୋଗାଣ ମନ୍ତ୍ରୀ ଜଳ ସମସ୍ୟା ନେଇ ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବା ଚର୍ଚ୍ଚା, ପାଣି ପାଇଁ ଲୋକେ ଡହଳ ବିକଳ।
ବଲାଙ୍ଗୀର/ଟିଟିଲାଗଡ, -:ଓଡ଼ିଶା ରାଜ୍ୟ ପଞ୍ଚାୟତିରାଜ ତଥା ଗ୍ରାମିୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକ ଟିଟିଲାଗଡ ରେ ପହଞ୍ଚିଥିଲେ । ପାନୀୟ ଜଳ ସମସ୍ୟା ନେଇ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ସହ ଚିର ପରିଚିତ ତତଲାଗଡ ରୂପେ ଟିଟିଲାଗଡ ଆସିଥିବା ବେଳେ ଏହି ଅଞ୍ଚଳ ର ପାନୀୟ ଜଳ ଯୋଗାଣ ନେଇ ଆମ ପ୍ରଶ୍ନ ର ସନ୍ତୁଷ୍ଟ ଜନକ ଉତ୍ତର ଦେଇ ନ ପାରି କଥାକୁ ଏଡାଇ ଦେଇ ଚାଲି ଯାଇଥିଲେ । ସେହିପରି ଗତ ଆଠ ମାସ ତଳେ ପୁର୍ବତନ ଜିଲ୍ଲା ମୂଖ୍ୟ ଅଧିକାରୀ ରୋପ୍ୟରଞ୍ଜନ ବେହେରା ଏକ ଲିଖିତ ପତ୍ର ରେ କାର୍ଯ୍ୟରତ ଅଧିକାରୀ ଙ୍କୁ ତଥା ଟିଟିଲାଗଡ ଦାଇତ୍ୱରତ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇ ଥିବା ସତ୍ତ୍ୱେ ଆଠ ମାସ ହେବ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
ପରିତାପ ର ବିଷୟ ଯେ,ଡବଲ ଇଞ୍ଜିନ ସରକାର କୁ ଏତେ ବର୍ଷ ଶାସନ ସତ୍ତ୍ୱେ ଜନସାଧାରଣ ପାଣି ପାଇଁ ଗ୍ରାମ ଗୁଡ଼ିକ ରେ ଚାନ୍ଦା ଆଦାୟ କରି ୧୫୦୦ ରୁ ୨୦୦୦ ଟଙ୍କା ଖର୍ଚ୍ଚ କରି ବ୍ୟବହାର କରୁଛନ୍ତି । କୋଟି, କୋଟି ଟଙ୍କା ବ୍ୟୟ ଅଟକଳ ଦର୍ଶାଇ ବଡ, ବଡ ପାଣି ଟାଙ୍କି ମାନ ଉଦ୍ଘାଟନ କରି ମିଥ୍ୟା ବାହାବାହା ନେଇ ରାଜନୀତି କରଣ କରାଯାଇଥିବା ପ୍ରକାଶ ପାଉଛି ।ପରିତ୍ୟକ୍ତ ଅବସ୍ଥା ରେ ପଡ଼ି ରହିଛି ବଡ ବଡ ପାଣି ଟାଙ୍କି ଓ ସୂଚନା ଫଳକ।
ବଲାଙ୍ଗୀର ଜିଲ୍ଲା ର ଏହି ଟିଟିଲାଗଡ ମୁଖ୍ୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରି ଲୋକେ ମାଇଲ ,ମାଇଲ ଦୂର ଯାଇ ପାନୀୟ ଜଳ ସଂଗ୍ରହ କରି ଆସୁଥିବା ବେଳେ ମନ୍ତ୍ରୀ ଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ମହା ସଂଘ ତଥା ଜନସେବା ସି ବି ଓ ତରଫ ରୁ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆ ଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق