BREAKING
Loading...
:

ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଦ୍ବିତୀୟ ସନ୍ଧ୍ୟା

 ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଦ୍ବିତୀୟ ସନ୍ଧ୍ୟା


ନୂଆଗାଁ ୩୧/୦୧(ମଣିଭଦ୍ରା ଖବର) ନୂଆଗାଁ ମହୋତ୍ସବ ପଡିଆରେ ଚାଲିଥିବା ପଞ୍ଚୁପାଣ୍ଡବ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଅପରାହ୍ନର ୪ ଘଟିକା ଠାରୁ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସନ୍ଧ୍ୟା ସମୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ଯୋଗ ଦେଇଥିଲେ । 




ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ବିଷ୍ଣୁପ୍ରିୟା ବେହେରା, ତହସିଲଦାର ହେମନ୍ତ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା,୮ନ° ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥି ମାନଙ୍କୁ ବାଜା ବଜାଇ ମଞ୍ଚ ସ୍ଥଳକୁ ପାଛୋଟି ନିଆଯାଇଥିଲା । ଅତିଥି ମାନଙ୍କୁ ମହୋତ୍ସବ କମିଟି ତରଫରୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନୂଆଗାଁ ମାଟିର ଗୈାରବ,ଗାଥା ସମ୍ପର୍କରେ ମୁଖ୍ୟ ଅତିଥି ଶ୍ରୀ ସାହୁ ନିଜର ମତବ୍ୟକ୍ତ କରିଥିଲେ । ନୂଆଗାଁ ମହୋତ୍ସବ ଆୟୋଜନ କରିଥିବାରୁ ବିଧାୟକ ଶ୍ରୀ ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସନ୍ଧ୍ୟା ସମୟରେ ନୂଆଗାଁ ବନ୍ଦନା,ମୃମୟୀ କଲଚୁରାଲ ସୋସାଇଟି, ନୃତ୍ୟାଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ,କଟକ,ନୃତ୍ୟ ନିପୂଣା,ଭୂବନେଶ୍ବର ତରଫରୁ ଅନେକ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରାଯାଇଥିଲା । କଳାକାର ମାନଙ୍କୁ ମହୋତ୍ସବ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାତ୍ର ସମୟରେ ଅର୍ଚ୍ଚିନା ପାଢୀଙ୍କ ସଙ୍ଗୀତରେ ଉପସ୍ଥିତ ଦର୍ଶକ ଝୁମି ଯାଇଥିଲେ । ବିଧାୟକ ଶ୍ରୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହୋତ୍ସବ ପରିସରରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ହାତ ତିଆରି ସାମଗ୍ରୀ ବିକ୍ରୟ କରୁଥିବା ବେଳେ ଶିତୁଆ ରାତିରେ ଚଟପଟି ଖାଦ୍ୟର ମଜା ନେବାପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା ।

ମଣିଭଦ୍ରା ଖବର, ନୂଆଗାଁ 

Post a Comment

أحدث أقدم
Header ADS