BREAKING
Loading...
:

ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ

 ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ 



(ଲାଞ୍ଜିଗଡ଼):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୮ ଗୋଟି ଦାବି ନେଇ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଦାବିପତ୍ର ଦେବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ। ଶ୍ରୀ ମାଝୀଙ୍କ ଦାବିପତ୍ରରେ ଲାଞ୍ଜିଗଡ଼ ବ୍ଲକରେ ୨୬ ଗୋଟି ପଞ୍ଚାୟତରେ ୪୭୨ ଟି ଗାଁ ରହିଛି ତେଣୁ ଆଉ ଏକ ନୂତନ ବ୍ଲକ ଆବଶ୍ୟକ। ରାଜ୍ୟ ସରକାର ତରଫରୁ ଉଚ୍ଚ ଶିକ୍ଷା ପ୍ରସାର ନିଷ୍ପତ୍ତି ନେଇଛନ୍ତି ତାହା ବେନଗାଁ ଓ କମର୍ଦ୍ଧା ଠାରେ +୨ ମହାବିଦ୍ୟାଳୟ ନିର୍ମାଣ କରାଯାଉ। ପାରିପାର୍ଶ୍ବିକ ଉନ୍ନତି ବେଦାନ୍ତ କମ୍ପାନୀ ଅଗ୍ରସର କଲା ଏଥିରେ ବାହାର ପିଲାଙ୍କୁ ଭର୍ତ୍ତି କଳା ହେଲେ ଦକ୍ଷତା ଓ ଅନାଦକ୍ଷତା ଛାତ୍ରଛାତ୍ରୀମାନଙ୍କୁ କୌଣସି ନିଯୁକ୍ତି ମିଳୁନାହିଁ, ବେଦାନ୍ତ କମ୍ପାନୀରେ ସିଏସଆର୍ ଫଣ୍ଡରୁ ବିଶ୍ଵନାଥପୁର ଅର୍ଦ୍ଧନିର୍ମିତ ଜଗନ୍ନାଥ ମନ୍ଦିର ଏବଂ ଷ୍ଟିଟ୍ ଲାଇଟ୍ ମାର୍କେଟ ଓ ପ୍ରତ୍ୟେକ ପଡ଼ାରେ ବ୍ୟବସ୍ଥା କରାଯାଉ। କପାଗୁଡ଼ା, ବସନ୍ତପଡ଼ା କିନାରି, ଜଗନ୍ନାଥପୁର, ବଣ୍ଡେଲ,ଚଣାଲିମା, ଛତ୍ରପୁର,କୋଟଦୁଆର,କେନ୍ଦୁପଡ଼ା ପ୍ରମୁଖ ଗାଁ ଗୁଡିକୁ ଉଛେଦ କରାଯାଉ। ବିଶ୍ଵନାଥପୁର ଠାରୁ ମୂଷାନଳ ପର୍ଯ୍ୟନ୍ତ ଆରଡି ରାସ୍ତାକୁ ପୂର୍ତ୍ତ ବିଭାଗ ରାସ୍ତାରେ ସାମିଲ କରି ହାତୀଶାଳ ଘାଟିକୁ ପ୍ରଶସ୍ତିକରଣ କରାଯାଉ। ଲାଞ୍ଜିଗଡ଼ ବ୍ଲକର ଚାଷୀମାନଙ୍କର ଧାନ ଓ କପା ମଣ୍ଡି ମାନଙ୍କରେ ଉଚିତ ମୂଲ୍ୟ ଦିଆଯାଉ ଏବଂ କଟନି ଛଟନି ବନ୍ଦ କରାଯାଉ କପା ଓ ଧାନ ଥିଲେ ମଧ୍ୟ ଏଥିରୁ ବଞ୍ଚିତ ରହୁଛନ୍ତି ଏହାର ଉପରେ ପଦକ୍ଷେପ ନିଆଯାଉ।

ପଞ୍ଚାୟତ ଗୁଡ଼ିକ ପୁନର୍ଗଠନ ପାଇଁ ସରକାରଙ୍କ ନିଷ୍ପତ୍ତି ଅଛି କିଛି ଯାଗାରେ ନୂତନ ପଞ୍ଚାୟତ ନିର୍ମାଣ କରାଯାଉ। ବିଶ୍ଵନାଥପୁରରେ ଥିବା ଟିଡିସିସି ଜାଗାକୁ ଚିହ୍ନଟ କରାଯାଉ ବହୁବର୍ଷ ହେବ ଏହି ଜାଗାରେ ଅନେକ ଲୋକ ଜବରଦଖଲ କରିଛନ୍ତି ଏହି ସ୍ଥାନରେ ପେଟ୍ରୋଲ ପମ୍ପ ଏବଂ ଦୋକାନ ଗୃହ ଟିଡିସିସି ଦ୍ବାରା ନିର୍ମାଣ କରିବାକୁ ଏହି ଦାବିପତ୍ରରେ ଉଲ୍ଲେଖ ରହିଛି। ଦାବିପତ୍ର ଦେବାବେଳେ ଶ୍ରୀ ମାଝୀଙ୍କ ସହିତ ସମାଜସେବୀ ଗୋବିନ୍ଦ ପ୍ରଧାନୀ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS