ହ୍ୟୁମାନ ସାଗରଙ୍କ ସ୍ମୃତି ରେ ମିଶନ ଜ୍ୟୋତି ଟ୍ରଷ୍ଟ ଆୟୋଜିତ ରକ୍ତ ଦାନ ଶିବିର। ସବୁରି ହୃଦୟ ରେ ଅମ୍ଳାନ ରହିବେ ହ୍ୟୁମାନ।
ରକ୍ତ ଦାନ ଜୀବନ ଦାନ ର ଆହ୍ବାନ, ସମଗ୍ର ଓଡ଼ିଶା ସେବା ଅଭିଯାନ ।
କଟକ ରେଡକ୍ରସ ରକ୍ତ କେନ୍ଦ୍ର ରେ ମିଶନ ଜ୍ୟୋତି ଟ୍ରଷ୍ଟ(ଭୁବନେଶ୍ୱର) ତରଫ ରୁ ଓଡ଼ିଶାର ସୁନାମଧନ୍ୟ ଗୀତିକାର ସ୍ବର୍ଗତ ହ୍ୟୁମାନ ସାଗର ଙ୍କ ସ୍ମୃତି ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ଥିବା ଓଡ଼ିଶାର କୋଣ ଅନୁକୋଣ ରୁ ରକ୍ତଦାତା ମାନେ ଆସି ରକ୍ତଦାନ କରିଥିଲେ।ଅତିଥି ଭାବେ ବାରବାଟି କଟକ ବିଜେପି ର ଟାଣୁଆ ନେତା ପୂର୍ବତନ କର୍ପୋରେଟର ଶ୍ରୀ ଚିତ୍ତରଞ୍ଜନ ଦାସ,ବାରବାଟି କଟକ ମଣ୍ଡଳ ସଭାପତି ଶ୍ରୀ ସନ୍ଦୀପ ବିଶ୍ବାଳ,ଓଡ଼ିଆ କଳାକାର ଶ୍ରୀ ସମୀର ତ୍ରିପାଠୀ,ସମାଜସେବୀ ଶ୍ରୀ ପ୍ରଶାନ୍ତ କୁମାର ଦାଶ,ରୂପାୟନ ର ସଭାପତି ଶ୍ରୀମତି ଶ୍ରଦ୍ଧାଞ୍ଜଳି ରାୟ, ଆମେ ଓଡ଼ିଆ ସଂଗଠନ ର ସଭାପତି ଶ୍ରୀଯୁକ୍ତ ସରୋଜ ସିଂ,ଟ୍ରଷ୍ଟ ର ଚେୟାରମେନ ଶ୍ରୀମତୀ ରଶ୍ମୀଲତା ବଳ,ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ବିଭୁ ପ୍ରସାଦ ଶତପଥୀ,ମୋ ଗାଁ ମୋ ସମ୍ମାନ ଆହ୍ବାନ ର ରାଜ୍ୟ ଆବାହକ ଶ୍ରୀଯୁକ୍ତ ପ୍ରଭାତ ବାରିକ ତଥା ଆୟୋଜକ ମିଶନ ଜ୍ୟୋତି ଟ୍ରଷ୍ଟ ର ସମସ୍ତ ସଦସ୍ୟ ଓ ବିଭିନ୍ନ ରାଜ୍ୟ ସ୍ତରୀୟ ସାମାଜିକ ସଂଗଠନ ର ବ୍ୟକ୍ତିବିଶେଷ ମାନେ ଯୋଗ ଦାନ ଓ ସହଯୋଗ କରିବା ସହିତ ସ୍ବର୍ଗତ ହ୍ୟୁମାନ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ନୀରବ ପ୍ରାର୍ଥନା ଓ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଅନୁଷ୍ଠାନ ତରଫରୁ ସମସ୍ତ ସହୃଦୟ ରକ୍ତଦାତା ମାନଙ୍କୁ ସେବା ବନ୍ଧୁ ସମ୍ମାନ ପ୍ରଦାନ କରାଯାଇଥିଲା।ଆନ୍ତରିକ ସାଧୁବାଦ ତଥା ଧନ୍ୟବାଦ ଜ୍ଞାପନ ପୂର୍ବକ ସ୍ବର୍ଗତ ହ୍ୟୁମାନ ସାଗର ଙ୍କ ପଟ୍ଟଚିତ୍ର ଥିବା ମୋମେଣ୍ଟମ ପ୍ରଦାନ କରାଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق