BREAKING
Loading...
:

ବରଗଡ଼ ପୁସ୍ତକ ମେଳାରେ ଗଙ୍ଗାଧର ମେହେର କ୍ଲବର ପୂର୍ବତନ ସଭାପତି ଡକ୍ଟର ଘନଶ୍ୟାମ ପାଣିଗ୍ରାହୀ ସମ୍ମାନୀତ

 ବରଗଡ଼ ପୁସ୍ତକ ମେଳାରେ ଗଙ୍ଗାଧର ମେହେର କ୍ଲବର ପୂର୍ବତନ ସଭାପତି ଡକ୍ଟର ଘନଶ୍ୟାମ ପାଣିଗ୍ରାହୀ ସମ୍ମାନୀତ 



ସମ୍ବଲପୁର/ଗୋଡଭଗା:


ବରପାଲି ଗଙ୍ଗାଧର ମେହେର କ୍ଲବର ପୂର୍ବତନ ସଭାପତି ଡକ୍ଟର ଘନଶ୍ୟାମ ପାଣିଗ୍ରାହୀଙ୍କୁ ବରଗଡ଼ ପୁସ୍ତକ ମେଳାରେ ସମ୍ମାନିତ କରାଯାଇଛି । ଡକ୍ଟର ପାଣିଗ୍ରାହୀ ଯଦିଓ ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ଥିଲେ, କିନ୍ତୁ ସାହିତ୍ୟରେ ତାଙ୍କ ରୁଚି ରହିଛି । ସେ ଗଙ୍ଗାଧରଙ୍କ ତପସ୍ଵିନୀ, ପ୍ରଣୟ ବଲ୍ଲରୀ, ଅର୍ଘ୍ୟଥାଳୀ ଇତ୍ୟାଦି ଉପରେ ବହୁ ବିଶିଷ୍ଟ ସାହିତ୍ୟିକଙ୍କ ପ୍ରବନ୍ଧକୁ ପ୍ରକାଶନ କରିଛନ୍ତି । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭ୍ୟ ମଧ୍ୟ ରହି ସୂଚାରୁରୂପେ କାର୍ଯ୍ୟ ସଂପାଦନ କରିଥିଲେ । ଡ.ପାଣିଗ୍ରାହୀ ବରପାଲିର ସର୍ବପୁରାତନ କ୍ଲବ 'ଗଙ୍ଗାଧର ମେହେର କ୍ଲବ'ର ବହୁ ବର୍ଷ ଧରି ସଭାପତି ମଧ୍ୟ ରହିଥିଲେ । ଚଳିତ ବର୍ଷ ବରଗଡ଼ ପୁସ୍ତକ ମେଳାରେ ତାଙ୍କୁ ସମ୍ମାନୀତ କରାଯାଇ ଥିବାରୁ ଗଙ୍ଗାଧର ମେହେର କ୍ଲବର ସଭାପତି , ଉପ ସଭାପତି ତଥା ସମ୍ପାଦକ ବାଲ କିଶୋର ଖାଡଙ୍ଗାଙ୍କ ସମେତ କ୍ଲବର ସମସ୍ତ ସଭ୍ୟ ପୁସ୍ତକ ମେଳାର ଆୟୋଜକଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିବା ସହ ଏହି ପୂଜ୍ୟପୂଜାର ପରମ୍ପରାକୁ ଭୂୟସୀ ପ୍ରଶଂସା କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS