ବିଦ୍ୟାଳୟରେ ଦୁଷ୍ଟାମି କରିବାରୁ ଛାତ୍ରଙ୍କୁ ମାଡ଼,ଫାଟିଲା ହାତ ଆଙ୍ଗୁଠି
ଗଣିଆ ୨/୧୨(ମଣିଭଦ୍ରା ଖବର) ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି ସରକାର । ଏହି ପରୀପ୍ରେକ୍ଷୀରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ଦଣ୍ଡଦେବା ନିଷେଧ କରାଯାଇଛି । କିନ୍ତୁ ଖୋଦ୍ ପ୍ରଧାନଶିକ୍ଷକଙ୍କ ମାଡରେ ଜଣେ ଛାତ୍ରର ହାତ ଆଙ୍ଗୁଠି ଫାଟିଥିବା ଅଭିଯୋଗ ହୋଇଛି । ତେବେ ଛାତ୍ରର ଅଭିଭାବକ ଏ ନେଇ ଅଭିଯୋଗ କରିବାକୁ ଆସିଥିବା ବେଳେ ତାଙ୍କୁ ବୁଝାସୁଝା କରି ଛାଡି ଦିଆଯାଇଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ଗଣିଆ ବ୍ଳକ କାଦୁଆ ହଟିଆପଲ୍ଲୀ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ର ବିଦ୍ୟାଳୟ ପରିସରରେ ଗଦା ହୋଇଥିବା ବାଲିରେ ଖେଳୁଥିଲେ । ତେବେ ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଧାନଶିକ୍ଷକ ବୁଲୁ ଖମାରି ଏକ ବେତ ସାହାର୍ଯ୍ୟରେ ଛାତ୍ର ଜଣଙ୍କୁ ମାଡ ମାରିଥିଲେ । ଫଳରେ ଛାତ୍ର ଜଣକର ହାତ ଆଙ୍ଗୁଠି ଫାଟି ଯାଇଥିଲା । ତେବେ ଏନେଇ ସଂପୃକ୍ତ ଅଭିଭାବକ ଜଣକ ଅଭିଯୋଗ କରିବାକୁ ଆସିଥିବା ବେଳେ ତାଙ୍କୁ ବୁଝାସୁଝା କରି ଛାଡି ଦିଆଯାଇଥିବା ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଦଣ୍ଡମୁକ୍ତ ଅଞ୍ଚଳକୁ ବେତ ଗଲା କେମିତି । କେଉଁ ଅଧିକାରରେ ଜଣେ ପ୍ରଧାନଶିକ୍ଷକ ଆଇନକୁ ହାତକୁ ନେଲେ । ବିଭାଗୀୟ ନିର୍ଦେଶକୁ କିଭଳି ଭାବେ ଉଲ୍ଲଂଘନ କରାଗଲା । ସାମାନ୍ୟ ବାଲି ଗଦାରେ ଖେଳିଲା ବୋଲି ପିଲାଟିକୁ ବାଡେଇ ହାତ ଆଙ୍ଗୁଠି ଫଟାଇଦେଲେ ଯଦି ବଡ ଦୋଷ କରିଥାନ୍ତା ତେବେ କ'ଣ କରିଥାନ୍ତେ ତାହା ଆଲୋଚନାର ବିଷୟ ପାଲଟିଛି । ଦିନକୁ ଦିନ ଗଣିଆ ଶିକ୍ଷା ବିଭାଗରେ ଅଭିଯୋଗର ଫର୍ଦ ବଢ଼ି ବଢି ଯାଉଥିଲେ ମଧ୍ୟ ବିଭାଗୀୟ ଅପାରଗତା ଏଥିପାଇଁ ଦାୟୀ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଏ ନେଇ ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଇନଥିଲେ । ଏ ସମ୍ପର୍କରେ ଅତିରିକ୍ତ ଶିକ୍ଷା ଅଧିକାରୀ ନିରୁପମା ମହାପାତ୍ରଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସେ ଜାଣି ନଥିବାରୁ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି । ତେବେ ତୁରନ୍ତ ଉକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ମଣିଭଦ୍ରା ଖବର, ଗଣିଆ


إرسال تعليق