BREAKING
Loading...
:

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂ ଓ ବରୁଣ ଚକ୍ରବର୍ତ୍ତୀଙ୍କ ଯାଦୁକରୀ ବୋଲି° ଫଳରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିଅନ

 ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂ ଓ ବରୁଣ ଚକ୍ରବର୍ତ୍ତୀଙ୍କ ଯାଦୁକରୀ ବୋଲି° ଫଳରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିଅନ 


ବ୍ୟୁରୋ (ମଣିଭଦ୍ରା ଖବର) ଅହମଦାବାଦରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି-ଟ୍ବେଣ୍ଟି ସିରିଜର ୫ମ ତଥା ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରି ଭାରତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମାଙ୍କ ଧୁଆଁଧାର ଅର୍ଧଶତକ ଫଳରେ ୨୦ ଓଭରରେ ବିଶାଳ ୨୩୧ ରନ୍ ସଂଗ୍ରହ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୨୦୧ ରନ୍ କରି ୮ ଉଇକେଟ ହରାଇ  ମ୍ୟାଚଟିକୁ ହାରିବା ସହିତ ଭାରତ ଚାମ୍ପିଅନ ହୋଇଥିଲା । ବରୁଣ ଚକ୍ରବର୍ତ୍ତୀ ବୋଲି°ରେ ୪ଟି ସଫଳତା ହାସଲ କରି ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ଧରାଶାୟୀ କରିଥିବା ବେଳେ ଯଶପ୍ରୀତ ବୁମରା ୪ ଓଭର ବୋଲି° କରି ମାତ୍ର ୧୭ ରନ୍ ଦେଇ ୨ଟି ସଫଳତା ହାସଲ କରିଥିଲେ । ୫ ମ୍ୟାଚ ସିରିଜରେ ଭାରତ ୩-୧ରେ ଆଗୁଆ ରହି ସଫଳତା ଲାଭ କରିଥିଲା । ଆଗକୁ ଟି-ଟ୍ବେଣ୍ଟି ବିଶ୍ବକପ୍ ଥିବା ବେଳେ ଭାରତର ଏହି ବିଜୟ ଖେଳାଳିଙ୍କ ମନୋବଳକୁ ବଢାଇଥିବା ଜଣାପଡିଛି । ଭାରତର ଏହି ବିଜୟ ପରେ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । 

ମଣିଭଦ୍ରା ଖବର 

Post a Comment

أحدث أقدم
Header ADS