BREAKING
Loading...
:

ମା ବୁଢ଼ାବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ପୁଷ୍ୟାଭିଷେକ

 ମା ବୁଢ଼ାବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ପୁଷ୍ୟାଭିଷେକ 


ଗଣିଆ ୩୦/୧୨(ମଣିଭଦ୍ରା ଖବର) ଗଣିଆରେ ବିରାଜିତ ଗ୍ରାମଦେବତୀ ମା ବୁଢ଼ାବୁଢ଼ୀ ଠାକୁରାଣୀଙ୍କ ପୀଠରେ ବାର୍ଷିକ ପୁଷ୍ୟାଭିଷେକ ଅନୁଷ୍ଠିତ ହୋଇଯାଇଛି । ସୋମବାର ଅଧିବାସ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ପୂଜା ମହୋତ୍ସବ, ପୁଷ୍ପାଞ୍ଜଳି ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିନ ସାରା ମହିଳା ସଂକୀର୍ତ୍ତନ ମଣ୍ଡଳୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପ୍ରତ୍ୟେକ ବର୍ଷ ପୂଜା କମିଟି ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ମା ବୁଢ଼ାବୁଢ଼ୀ ଠାକୁରାଣୀଙ୍କ ପୀଠରେ ମାନସିକ ଧାରୀ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ସରପଞ୍ଚ ଗିରିଧାରୀ ସେଠୀ,ସମିତି ସଭ୍ୟ ଫକୀର ମୋହନ ଡାକୁଆ ଉପସ୍ଥିତ ରହି ବିଭୁକୃପା ଲାଭ କରିଥିଲେ । ଗ୍ରାମ କମିଟିର ସଭାପତି ଅର୍ଜୁନ ନାୟକ, ସମ୍ପାଦକ ଅନ୍ତର୍ଯ୍ୟାମୀ ନାୟକ, ଶୁଭେନ୍ଦୁ ନାୟକ, ପ୍ରଫୁଲ୍ଲ ନାୟକ,ଦିଲ୍ଲୀପ ନାୟକଙ୍କ ସମେତ ଗ୍ରାମବାସୀ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS