BREAKING
Loading...
:

କାହିଁକି ବନ୍ଧା ହେଲେ ଷ୍ଟାମ୍ପ ଭେଣ୍ଡର

 କାହିଁକି ବନ୍ଧା ହେଲେ ଷ୍ଟାମ୍ପ ଭେଣ୍ଡର





ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର  ତହସିଲ କାର୍ଯ୍ୟାଳୟ ଓ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜଣେ ଷ୍ଟାମ୍ପ ଭେଣ୍ଡର ବାରମ୍ବାର ବିଭିନ୍ନ କର୍ମଚାରୀଙ୍କୁ ଗାଳିଗୁଲଜ ସହିତ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରି ଆସୁଥିଲେ । ଯାହାକୁନେଇ ତହସିଲଦାର ତଥା ସବରେଜିଷ୍ଟ୍ରାର ଦାୟିତ୍ଵରେ ଥିବା ଉପେନ୍ଦ୍ର କୁମାର ଦାସ ଥାନାରେ ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ ଜମି କିଣାବିକାକୁନେଇ କହୋଳ ମନଭାବ ପୋଷଣ କରିବା ପାଇଁ ଚାପ ପକାଇବା  , ସବରେଜିଷ୍ଟର ଚାର୍ଜରେ ଥିବା ତହସିଲଦାର ସହିତ ବିଭାଗୀୟ କର୍ମଚାରୀଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ଚାପ ପକାଇବାକୁ ଚେଷ୍ଟା କରୁଥିଲେ 

ଷ୍ଟାମ୍ପ ଭେଣ୍ଡର ଜଣକ ହେଉଛନ୍ତି ନାକିଚୁଆ ପଞ୍ଚାୟତ ଅନ୍ତର୍ଗତ ପରୁଳିଆର। ତେବେ ଷ୍ଟାମ୍ପ ଭେଣ୍ଡର ଭାବେ କାର୍ଯ୍ୟ କରୁଥିବା ନରେନ୍ଦ୍ର ଚାନ୍ଦ । ତହସିଲଦାର ନିୟମ ଅନୁସାରେ କାମ ହେବ କହିବା ପରେ କାର୍ଯ୍ୟାଳୟରେ ପ୍ରବେଶ କରି ତହସିଲଦାରଙ୍କ ଚେମ୍ୱରରେ ପ୍ରବେଶ କରି ଅଶାଳୀନ ବ୍ୟବହାର ସହିତ ଅଶ୍ଳିଳ ଭାଷାରେ ଗାଳିଗୁଲଜ ସହ ବିଭିନ୍ନ ପ୍ରକାର ଧମକପୂର୍ଣ୍ଣ କଥା କହିଥିଲେ । 

 

ସେହିପରି ତହସିଲର କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କୁ ମଧ୍ୟ ଖରାପ ବ୍ୟବହାର କରିଆସୁଥିଲେ । ଯାହାଫଳରେ ତହସିଲ ଓ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ କାର୍ଯ୍ୟ କରିବାରେ ଅସୁବିଧାର ସମୁଖୀନ ହେଉଥିଲେ । ତଥାପି  ତହସିଲଦାର ବହୁତ ବୁଝାଇବାକୁ ଚେଷ୍ଠା କରିଥଲେ ମଧ୍ୟ ସେ କୌଣସି କଥାକୁ ଭ୍ରୁକ୍ଷେପ ନ କରିବାରୁ ତହସିଲଦାର ଆଇନର ଆଶ୍ରୟ ନେଇ ରାସଗୋବିନଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ରାସଗୋବନ୍ଦପୁର ଥାନ ଅଧିକାରୀ ଘଟଣାର ତଦନ୍ତ କରି ଷ୍ଟାମ୍ପ ଭେଣ୍ଡର ନରେନ୍ଦ୍ର ଚାନ୍ଦକୁ ଗିରଫ କରିଥିବା ଜଣାପଡିଛି। ଭେଣ୍ଡର ଚାନ୍ଦ ମଧ୍ୟ ତହସିଲଦାରଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି । ସବ ଡିଭିଜନ ଅଧିନସ୍ଥ ରାସଗୋବିନ୍ଦପୁର ଉପ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମିବାଡି କିଣାବିକାରେ ବ୍ୟାପକ ଭାବେ ଓଡିଶା ରେଜିଷ୍ଟ୍ରେସନ ଆଇନ ଉଲଂଘନ କରାଯାଇ ବହୁ ପ୍ରକାରର ବେନିୟମ କାର୍ଯ୍ୟ ଚାଲି ଆସୁଥିବା ସହିତ ନିୟମ ଅନୁଯାୟୀ କାର୍ଯ୍ୟ ନ ହେବାରୁ ସାଧାରଣ ଲୋକେ ହଇରାଣ ହରକତ ହେଉଥିବା ଭଳି ଲିଖିତ ଅଭିଯୋଗ ହୋଇଛି । 

ଭେଣ୍ଡରଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ତହସିଲଦାର କହିଛନ୍ତି । ତେବେ ଷ୍ଟାମ୍ପ ଭେଣ୍ଡର ନରେନ୍ଦ୍ର ଚାନ୍ଦଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS