BREAKING
Loading...
:

ଗୌରଙ୍ଗପାଟଣା ଚିଲିକା କୂଳରେ ପହଁଚିଲେ ଜିଲ୍ଲା ପ୍ରଶାସନ ଟିମ।

 ଗୌରଙ୍ଗପାଟଣା ଚିଲିକା କୂଳରେ ପହଁଚିଲେ ଜିଲ୍ଲା ପ୍ରଶାସନ ଟିମ।




ରମ୍ଭା , ପାରମ୍ପରିକ ଚିଲିକା ମତ୍ସ୍ୟଜୀବୀ ଗୌରଙ୍ଗ ପାଟଣା ଓ ବିଛଣା ପଲ୍ଲୀ ଚିଲିକା କୂଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଆଗତ ଅଟକଳ ଏକ କୋଟି ସାତ ଲକ୍ଷ ଟଙ୍କାର ପୂର୍ବରୁ 31.1.21 ଚିଠି ନମ୍ବର 147ପ୍ରକାରେ ଆଗରୁ ଡି ପି ଆର ରିପୋର୍ଟ ହୋଇଥିଲା, ଆଜି ତାହା ପୂର୍ଣ୍ଣାଙ୍ଗ କାମ ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତିଭାସନ, ବ୍ରହ୍ମପୁର ଉନ୍ନୟନ କମିଶନର ତାଙ୍କ ଟିମ, ତହସିଲଦାର, ବିଡ଼ିଓ, ଚିଲିକା ମତ୍ସ୍ୟଜୀବୀ ମହାସଂଘ ନେତା ଭୀମସେନ ବେହେରା ସମେତ ଗୌରଙ୍ଗ ପାଟଣା, ମଧୁରୁଚୁଆ ମତ୍ସ୍ୟଜୀବୀ ଗ୍ରାମବାସି ବୃନ୍ଦ ପ୍ରତେକ୍ଷ ତତ୍ୱାବଧାନରେ ସ୍ଥାନ ନିରୂପଣ ହୋଇ ଶୀଘ୍ର କାମ ଆରଂଭ ହେବବୋଲି ଜିଲ୍ଲାପାଳ କହିଥିଲେ। ଏହା ହୋଇପାରିଲେ ପର୍ଯ୍ୟଟନ ମାନଙ୍କର ଭିଡ଼ ରହିବ ଓ ମତ୍ସ୍ୟଜୀବୀ ମାନେ କିଛି ସୁବିଧା ମିଳିପାରିବ। ଏହା ବ୍ୟତୀତ ଚିଲିକା ମତ୍ସ୍ୟଜୀବୀ ମାନେ ବିଭିନ୍ନ ସମସ୍ୟା ଜଣାଇଥିଲେ ସେଗୁଡିକ ହେଲା  2018ମସିହାରୁ ବନ୍ଦ ମତ୍ସ୍ୟ ଉପଗୁତା (fishery sairat )ପୁନଃ ପ୍ରଚଳନ କରିବା,ଚିଲିକାରୁ ପଙ୍କଉଦ୍ଧାର, ମୁକ୍ତ ପାଳୁରୁ ସାହେବ କେନାଲ, ଜିରୋ ଜାଲ ପ୍ରଚଳନ ବନ୍ଦ ସମ୍ପୂର୍ଣ ଘେରି ମୁକ୍ତ ଚିଲିକାସମେତ ମତ୍ସ୍ୟଜୀବୀ ଯୋଜନା ଗୁଡିକ ଠିକ ଭାବେ ନିରୂପଣ କରିବା ପାଇଁ ଆପତି ଜଣାଇଥିଲେ. ଏହି କାର୍ଯ୍ୟକ୍ରମରେ ଟଙ୍କଧର ବେହେରା, ବେଣୁଧର ବେହେରା, ଅନାଦି ବେହେରା, ଟୁକୁନା ବେହେରା, ବିମ୍ବାଧର ବେହେରା, କାର୍ତ୍ତିକ ବେହେରା, ମୋହନ ବେହେରା, ଏମଲ ପ୍ରତିନିଧି ମାନସ ନାହାକ, ସରପଞ୍ଚ ପ୍ରତିନିଧି ରମାକାନ୍ତ ନାହାକ, ସମିତି ସଭ୍ୟ ହଜାରିରାମ ବେହେରା, ଜେ ଆର ଜି ସରପଞ୍ଚ ଶୀଧେଶ୍ୱର ନାହାକ ଉପସ୍ଥିତ ରହି ଥିଲେ। ଅନୁସୂଚିତ ଜାତି କମିଶନ 40ଲକ୍ଷ ଟଙ୍କା ଅନୁଦାନଓ ମଧୁରୁଚୁଆ ମତ୍ସ୍ୟଜୀବୀ ସାହି ଓ ବିରୁଲିଗଡ଼ ଅନୁସୂଚିତ ସାହି ପାଇଁ ସ୍ମଶାନ ଗୃହ ନିର୍ମାଣ କଥା ଉଠାଇଥିଲେ.ଏତତଃ ବ୍ୟତୀତ ଡିଆଁ ଡେଇଁ, ମଧୁରୁଚୁଆ, ଗୌରାଙ୍ଗ ପାଟଣା, ମଧୁରୁଚୁଆ, ବିଞ୍ଚଣା ପଲ୍ଲୀ, ଝରେଡି ଓ ସିପାକୁଦ ରାସ୍ତା ଦେଇ ମୋ ବସ ପ୍ରଚଳନ କରିବା ପାଇଁ ଜିଲ୍ଲାପାଳ ପାଖରେ ଆପତ୍ତି କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS