BREAKING
Loading...
:

ମା"କେନ୍ଦୁଶ୍ଵରୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

 ମା"କେନ୍ଦୁଶ୍ଵରୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା।




.ମହା ଆଡମ୍ବରରେ ପାଳିତ ହୋଇଛି ବଡ଼ପାଳ ଗ୍ରାମରେ ଥିବା ମା"କେନ୍ଦୁଶ୍ଵରୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା।ଘଣ୍ଟ,ଘଣ୍ଟା,ଝାଞ୍ଜ,ମୃଦଙ୍ଗ,କୀର୍ତ୍ତନ,ଶଙ୍ଖ,ହୁଳହୁଳି,ହରିବୋଲ,ଶବ୍ଦରେ ପ୍ରକମ୍ପିତ ହୋଇ ଉଠୁଛି ବଡ଼ପାଳ ଗ୍ରାମ ଓ ମା"କେନ୍ଦୁଶ୍ଵରୀଙ୍କ ଭକ୍ତି ପୀଠ।ଏପରି ଭକ୍ତିମେୟ ପରିବେଶ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ପଞ୍ଚାୟତ ବଡ଼ପାଳ ଗ୍ରାମରେ ଆଦିର୍ଭାବ ହୋଇଥିବା  ମା"କେନ୍ଦୁଶ୍ଵରୀଙ୍କ ମନ୍ଦିରରେ।ତେବେ ଶହ ଶହ ବର୍ଷ ଧରି କାହିଁ କେଉଁ ଅମଳରୁ ଏହି ବଡ଼ପାଳ ଗ୍ରାମରେ ଥିବା ଏକ ଚାଳ ଘରେ ମା"କେନ୍ଦୁଶ୍ଵରୀ ପୂଜା ପାଉଥିଲେ।ମାତ୍ର ମା"କେନ୍ଦୁଶ୍ଵରୀଙ୍କ ଅଲୌକିକ ଶକ୍ତି ରହିଛି ବୋଲି ଏହା ସମ୍ଭଭ ହୋଇପାରିଛି।ମା"କେନ୍ଦୁଶ୍ୱରୀଙ୍କ ଅପାର କରୁଣାରୁ ଆଜି ମନ୍ଦିର ପ୍ରତିଷ୍ଠା ସମ୍ବଭ ହୋଇ ପାରିଛି ବୋଲି ଆଶଙ୍କା କରିଛନ୍ତି ବଡ଼ପାଳ,କଳଦ୍ଵୀପ୍,ଅଗପାଳ ପରୀ ସାତ ଖଣ୍ଡି ମୌଜାର ଅଧିବାସୀ।


ଏହି ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ କର୍ତ୍ତା ଭାବରେ ବିଭୂତି ଭୂଷଣ ମହାପାତ୍ର ଓ କର୍ତ୍ତୀ ଭାବରେ ସସ୍ମିତା ମହାପାତ୍ର ମା"କେନ୍ଦୁଶ୍ଵରୀଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ।ଏହି ପ୍ରତିଷ୍ଠା ଉତ୍ସବରେ ବଡ଼ପାଳ ଗ୍ରାମର ସଭାପତି କିଶୋର ଶତପଥୀ,ପ୍ରଶାନ୍ତ ମହାପାତ୍ର,ଶରତ ଚନ୍ଦ୍ର ମହାପାତ୍ର,ରମେଶ ଚନ୍ଦ୍ରମହାପାତ୍ର,ସୁନାକର ପରିଡ଼ା,ଗଣେଷ ପରିଡ଼ା,ଚତୃଭୂଜ ମହାପାତ୍ର,କାଳନ୍ଦୀ ପରିଡ଼ା,ବିକଳା ବେହେରା,ସ୍ମୃତି ରଞ୍ଜନ ମହାପାତ୍ର,ପ୍ରୟାସ ମହାପାତ୍ର ପ୍ରମୁଖ ଯୋଗ ଦେଇ ମା କେନ୍ଦୁଶ୍ଵରୀଙ୍କ ପ୍ରତିଷ୍ଠା ଉତ୍ସବରେ ସହଯୋଗ କରିଥିଲେ।



ଏଥର ଚାଳ ଘର ତ୍ୟାଗ କରି ମା"କେନ୍ଦୁଶ୍ଵରୀ ନୂତନ ମନ୍ଦିରରେ ପୂଜା ପାଇବେ।ମା"ଙ୍କର ଅପାର କରୁଣା ରହିଛି।ଯିଏ ମା" କେନ୍ଦୁଶ୍ଵରୀଙ୍କୁ ଭକ୍ତିରେ ପୂଜା କରେ ମା ପ୍ରସନ୍ନ ହୋଇ ତାଙ୍କ ଡାକସୁଣିଥାନ୍ତି।ଏହି ମନ୍ଦିର ପ୍ରତିଷ୍ଠା ପାଇଁ ଗ୍ରାମର ରଶ୍ମୀ ରଞ୍ଜନ ମହାପାତ୍ର ସହଯୋଗ କରିଛନ୍ତି ବୋଲି କୁହାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS