କଳାପଥରକୁ ହରାଇ ତମାଣ୍ଡୋ ସେମିଫାଇନାଲରେ
ବାଙ୍କୀ,(ମାନସ ରଞ୍ଜନ ସାହୁ): ଜୀବନ ଜ୍ୟୋତି କ୍ରିକେଟ କ୍ଳବ କଳାପଥର ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଦ୍ଵିତୀୟ ସତ୍ୟଭାମା -ଚୌଧୁରୀ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଚତୁର୍ଥ ଦିବସ ମ୍ୟାଚରେ କଳାପଥରକୁ 243 ରନରେ ହରାଇ ତମାଣ୍ଡୋ ସେମିଫାଇନାଲରେ ପ୍ରବେଶ କରିଛି. ପ୍ରଥମେ ବ୍ୟାଟିଂ କରି ତମାଣ୍ଡୋ ନିର୍ଦ୍ଧାରିତ 25ଓଭରରେ 7 ଓ୍ଵିକେଟ ହରାଇ 308 ରନ ସଂଗ୍ରହ କରିଥିଲା. ଦଳ ପକ୍ଷରୁ ସୁଜିତ ପରିଡା ସର୍ବାଧିକ 100 ରନ (60 ବଲ୍),ଜିତେନ୍ଦ୍ର ଦାସ 94 ରନ(37 ବଲ)ଓ ସାହିଲ ରାଜ 68ରନ(27ବଲ) ସଂଗ୍ରହ କରିଥିଲେ. କଳାପଥର ଦଳର ବିଷ୍ଣୁ ପ୍ରସାଦ ସାହୁ ସର୍ବାଧିକ 2ଟି ସଫଳତା ପାଇଥିଲେ. ଏହାର ଜବାବରେ କଳାପଥର ଦଳ 12.4 ଓଭରରେ ସମସ୍ତ ଓ୍ଵିକେଟ ହରାଇ 65ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା. ଦଳ ପକ୍ଷରୁ ମଳୟ ସ୍ୱାଇଁ ସର୍ବାଧିକ23ରନ (17ବଲ୍) କରିଥିଲେ.. ତମାଣ୍ଡୋ ଦଳର ସନ୍ତୋଷ କୁମାର ଭୋଳ ସର୍ବାଧିକ 3ଟି ସଫଳତା ହାସଲ କରିଥିଲେ..ଜିତେନ୍ଦ୍ର ଦାସ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ. ଆଜିର ମ୍ୟାଚ କୁ ଗୋରାଚାନ୍ଦ ମିଶ୍ର ଏବଂ ଦେବପ୍ରସାଦ ସାହୁ ପରିଚାଳନା କରିଥିଲା ବେଳେ ସନ୍ତୋଷ କୁମାର ସାମଲ ଘୋଷକ ଏବଂ ଦୀପକ ନାୟକ ଓ ରାକେଶ ସାହୁ ସ୍କୋରର୍ ଥିଲେ. ମୁଖ୍ୟ ଅତିଥି ଭାବେ ଶିଳ୍ପପତି ପ୍ରସନ କୁମାର ସାହୁ,ବରିଷ୍ଠ ସାମ୍ବାଦିକ ନରେଶ କୁମାର ସାହୁ, ସାମ୍ବାଦିକ ମାନସ ରଞ୍ଜନ ସାହୁ, ଶିବପ୍ରସାଦ ସାହୁ, ପ୍ରତାପ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତା ସତ୍ୟଭାମା ସାହୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ..ଆସନ୍ତା କାଲି ପ୍ରଥମ ସେମିଫାଇନାଲ ମ୍ୟାଚରେ ତମାଣ୍ଡୋ ଏବଂ ମଞ୍ଚେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଳବର ସଭାପତି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି ।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق