BREAKING
Loading...
:

୪୮ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସୋମବାର ପ୍ରଥମ ସେମିଫାଇନାଲରେ ଖୋର୍ଦ୍ଧା-୧୧ କୁ ଭେଟିବ ମେଣ୍ଢାଶାଳ ଖୋର୍ଦ୍ଧା

 ୪୮ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସୋମବାର ପ୍ରଥମ ସେମିଫାଇନାଲରେ ଖୋର୍ଦ୍ଧା-୧୧ କୁ ଭେଟିବ ମେଣ୍ଢାଶାଳ ଖୋର୍ଦ୍ଧା 

ଗଣିଆ ୨୮/୧୨(ସମିସ) ଗଣିଆ ବ୍ଳକ ବେଲପଡାପାଟଣାରେ ଥିବା ରଘୁନାଥ ଜୀଉ କ୍ଳବ୍ ଆନୁକୂଲ୍ୟରେ ୪୮ ତମ ଦୟାନିଧି ସାହୁ ଏବଂ ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ତଥା ଶେଷ ଲିଗ୍ ମ୍ୟାଚରେ  ପରସ୍ପରକୁ ଭେଟିଥିଲେ ସୁକିନ୍ଦା (ଯାଜପୁର) ଏବଂ ଖୋର୍ଦ୍ଧା(୧୧) ।  ଖୋର୍ଦ୍ଧା ଟସ୍ ଜିତି  ପ୍ରଥମେ ବ୍ୟାଟିଂ କରି  ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ବିଶାଳ ୩୬୪ ରନ୍ ସଂଗ୍ରହ କରିଥିଲା । ବିଶ୍ବଜିତ ମହାପାତ୍ର ୩୨ ବଲରୁ ଧୁଆଁଧାର ୮୫ ରନ୍ ଏବଂ ସୈାଭାଗ୍ୟ ଦାସ ୨୪ ବଲରୁ ୮୫ ରନ୍ ସଂଗ୍ରହ କରିଥିଲେ । ଜବାବରେ ସୁକିନ୍ଦା ୧୯.୦୩ ଓଭରରେ ସମସ୍ତ ଉଇକେଟ ହରାଇ ୨୨୧  ରନ୍ ସଂଗ୍ରହ କରି ମ୍ୟାଚଟିକୁ  ହାରି ଯାଇଥିବା ବେଳେ ଚତୁର୍ଥ ଦଳ ଭାବେ ଖୋର୍ଦ୍ଧା ସେମିଫାଇନାଲରେ ପ୍ରବେଶ କରିଛି । ଖୋର୍ଦ୍ଧାର ସୈାଭାଗ୍ୟ ଦାସଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ବଣ୍ଟନ କରାଯାଇଥିଲା । ଆଜିର ମ୍ୟାଚ ପରିଚାଳନା କରିଥିଲେ ସମୀର କୁମାର ମହାପାତ୍ର ଏବଂ ତ୍ରିଲୋଚନ ବସ୍ତି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଗଣିଆ ଥାନା ଏସଆଇ ଶ୍ୟାମସୁନ୍ଦର ପ୍ରଧାନ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସୋମବାର ପ୍ରଥମ ସେମିଫାଇନାଲରେ  ଖୋର୍ଦ୍ଧା (୧୧) ବନାମ  ମେଣ୍ଢାଶାଳ (ଖୋର୍ଦ୍ଧା) ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଳବ୍ ତରଫରୁ ଜଣାପଡିଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS