ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଉଦଯାପିତ
କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟରେ ତିନି ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ବଳିଷ୍ଠ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ଗୀତାଞ୍ଜଳି ଦାସ ଯୋଗ ଦେଇ ଜାତୀୟ ସେବା ଯୋଜନାର ଯେଉଁ ଆଭିମୁଖ୍ୟ ରହିଛି , ସ୍ବେଛାସେବୀ ହିଁ ଲକ୍ଷ୍ୟ ପୂରଣ କରି ପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ କନ୍ଧମାଳ ଜିଲ୍ଲାର ପ୍ରକଳ୍ପ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବାଣୁଆ ଯୋଗଦେଇ ସ୍ବେଛାସେବୀ ଟିଏ ଉତ୍ତମ ମଣିଷ ହେଲେ ଜଣେ ଭଲ ସ୍ବେଛାସେବୀ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଫୁଲବାଣୀ ସରକାରୀ ମହିଳା ମହାବିଦ୍ୟାଳୟର ଅଧକ୍ଷା ଡ଼ଃ ତନୁଜା ସିଂ ଯୋଗଦେଇ ଯୁବକ ମାନେ ନିଶାଶକ୍ତ ହୋଇ କିପରି ବାଟବଣା ହେଉଛନ୍ତି ଓ ପରିବାରର ଶୃଙ୍ଖଳା କିପରି କ୍ଷତିଗ୍ରସ୍ତ ହେଉଛି ତାହା ବୁଝାଇ ,ସ୍ବେଛାସେବୀ ମାନେ ନିଜକୁ ସଜାଡି ଆଦର୍ଶ ମଣିଷ ଟିଏ ହେବା ପାଇଁ ପରାମର୍ଶ ଦେଇଥିଲେ । ଅତିଥିମାନଙ୍କୁ ଇଂରାଜୀ ଅଧ୍ୟାପକ ଶ୍ରୀ ନରେନ୍ଦ୍ର ଦିଗାଲ ମଞ୍ଚକୁ ସ୍ୱାଗତ କରି ଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ବନମାଳୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଦ୍ଵିତୀୟ ଓ ତୃତୀୟ ଦିବସରେ ପ୍ରଶିକ୍ଷକ ଭାବେ ଭୁବନେଶ୍ୱରରୁ ମଧୁସୂଦନ ଦାସ ,ସ୍ବାତୀ ସଂଗଠନର ଶ୍ରୀ ବିଶ୍ୱରଞ୍ଜନ କର , ପ୍ରାଧ୍ୟାପକ ଡ଼ଃ ସତୀଶ ନାୟକ , ଫୁଲବାଣୀ , ଏ .ସି.ଏଫ. ସ୍ୱିଟଲିନା ସାହୁ, ବାଲିଗୁଡା ଆଦିବାସୀ ଉନ୍ନୟନ ର ଅଧିକାରୀ ଶ୍ରୀ କୃପାସିନ୍ଧୁ ବେହେରା ,କନ୍ଧମାଳ ଜିଲ୍ଲାର ପ୍ରକଳ୍ପ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବାଣୁଆ ଯୋଗ ଦେଇ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ନୃତ୍ୟ,ଗୀତ ,ତର୍କ ,କୁଇଜ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ପ୍ରମାଣ ପତ୍ର ସହ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା । ଜିଲ୍ଲାର ତେର ଟି ମହାବିଦ୍ୟାଳୟର ଶହେ କୋଡିଏ ଜଣ ସ୍ୱେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର ଅଂଶ ଗ୍ରହଣ କରିଥିଲେ । ପ୍ରୋଗ୍ରାମ ଅଫିସର ଜ୍ଞାନରଞ୍ଜନ ଭୋଇ ତିନି ଦିନର ବିବରଣୀ ପଠନ କରିଥିବାବେଳେ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଚମ୍ପା ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ । ତ୍ରିଦିବସୀୟ କାର୍ଯ୍ୟକ୍ରମକୁ ସୁସଂଗଠିତ ପରିଚାଳନା ପାଇଁ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق