ପନ୍ଦର ତମ ରାଜ୍ୟ ଓଡ଼ିଶା ସ୍ୱାଭିମାନ ସମ୍ମିଳନୀ ଆୟୋଜନ ନେଇ ପ୍ରସ୍ତୁତି ବୈଠକ
ବ୍ରହ୍ମପପ୍-:
ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ, ନୂଆଦିଲ୍ଲୀ ଦେଶରେ ପ୍ରସିଦ୍ଧ ଅର୍ଜନ କରିଥିବା ଏକ ପ୍ରତିବଦ୍ଧ ସାଂସ୍କୃତିକ ପ୍ରତିଷ୍ଠାନ l ବିଗତ ପନ୍ଦର ବର୍ଷ ଧରି ଏହି ପ୍ରତିଷ୍ଠାନ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ନୁଆଦିଲ୍ଲୀ, କଲିକତା, ମୁମ୍ବାଇ ଓ ଦକ୍ଷିଣାଞ୍ଚଳର ସ୍କୃତିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଚଉଦଟି ଓ ରାଜ୍ୟସ୍ତରୀୟ ଜାତୀୟ ସମ୍ମିଳନୀ ସହଆଲୋଚନା ଚକ୍ର ଆୟୋଜନ କରି ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପୂନ ଜାଗରଣ ତଥା ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟ କରି ଆସୁଅଛି l ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ର ସୁରକ୍ଷା ତଥା ପ୍ରସାର ଦିଗରେ ଏହି ପ୍ରତିଷ୍ଠାନ ଜନ ଚେତନାମୂଳକ କାର୍ଯ୍ୟକ୍ରମ ଜାରି ରଖିଛି l
ପ୍ରତିଷ୍ଠାନ ତରଫରୁ ମହାନ୍ ସଂଘ୍ ସହୋଯୋଗରେ ୩ ନଭେମ୍ବର ଭୁବନେଶ୍ୱର ଜୟଦେବ ଭବନ ଠାରେ ପନ୍ଦର ତମ ରାଜ୍ୟ ଓଡ଼ିଶା ସ୍ୱାଭିମାନ ସମ୍ମିଳନୀ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗାୟତ୍ରୀ ହୋଟେଲ ଠାରେ ଅଧ୍ୟକ୍ଷ ସୁଶାନ୍ତ କୁମାର ସାବତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇ। ସମ୍ମିଳନୀରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମାନ୍ୟବର ଆଇନ ମନ୍ତ୍ରୀ ଶ୍ରୀ ପୃଥିବୀ ହରିଚନ୍ଦନ, ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ , ପଦ୍ମର୍ଶ୍ରୀ ଡ ଦେବୀପ୍ରସନ୍ନ ପଟ୍ଟନାୟକ, ଚାଳଚିତ୍ର ଅଭିନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସାନ୍ତ ନନ୍ଦ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି। ଓଡ଼ିଆ ଙ୍କ ଅସ୍ମିତା ଓ ଓଡ଼ିଶା ର ବିକାଶ ନେଇ ଆଲୋଚନା ସହ ପ୍ରତିଭା ସମ୍ମାନ ସାଂସ୍କୃତିକ କାର୍ଯ୍ୟକ୍ରମ ଦିବ। ୧୦ ଘଟିକା ରୁ ଅନୁଷ୍ଠିତ ହେବା କୁ ଥିବା ସମ୍ମିଳନୀରେ ଅଂଶଗ୍ରହଣ କରିବା ନିମନ୍ତେ ପ୍ରତିଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଏହି ବୈଠକ ରେ ଶ୍ରୀ ପ୍ରଭାକର ସାହୁ, ହରେକୃଷ୍ଣ ମିଶ୍ର, ବୁଚୀ ବାବୁ, ପ୍ରକାଶ ଭଜନୀ, ଶ୍ରୀମତୀ ଶୁଭଶ୍ରୀ ସାବତ, ସୁରେଶ ତ୍ରିପାଠୀ,ସିମଞ୍ଚଲ୍ ପାଣିଗ୍ରାହୀ, ଡ ଇ ଜୟନ୍ତୀ ରାଓ, ଉମାଶଙ୍କର ପାଣିଗ୍ରାହୀ, ଡ ସୂଚନା ପାଢ଼ୀ, ପୁଷ୍ପାଞ୍ଜଳି ମହାପାତ୍ର, ଗାୟତ୍ରୀ ପଣ୍ଡା, ବନ୍ଦିତା ତ୍ରିପାଠୀ, ସାଧନା ପାଢ଼ୀ, ତପନ ପଣ୍ଡା,ସୁଶାନ୍ତ ସାହୁ, ଅଲେଖ, ସୁଦୀପ ସାହୁ, ମଂରଞ୍ଜନ ପାଢ଼ୀ ପ୍ରମୁଖ ସମେତ୍ ବହୁ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ। ଶେଷରେ ଭି ରବି ଗୁପ୍ତା ଧନ୍ୟବାଦ ପ୍ରଦାନ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق