BREAKING
Loading...
:

ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

 ଆଦିବାସୀ  ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

 


ଲାଞ୍ଜିଗଡ,ବିଜେପୁର ଥାନା ଅଞ୍ଚଳର ପୁଣି ଜଣେ ଆଦିବାସୀ ମହିଳା (୩୭)ଙ୍କୁ ଲାଞ୍ଜିଗଡ ବ୍ଳକ ପାହାଡ଼ ପଦର ପଞ୍ଚାୟତ କାଞ୍ଚନ ମୁଖି ଗାଁର ମାନ ମାଝୀ (୩୮) ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ  କରିଥିବା ଅଭିଯୋଗ ହେଉଛି l ସୂଚନା ଅନୁସାରେ ଅଭିଯୁକ୍ତ ମାନ ମାଝୀ ଉକ୍ତ ଗାଁର ଗାଁସାଥି ରହି ମନରେଗା  କାମ ଦେଖାରେଖା କରୁଥିବା ବେଳେ ପୀଡିତା ମହିଳା ମଧ୍ୟ ସେହି ମନରେଗା କାମ କରି ଆସୁଥିଲେ l ମହିଳା ଙ୍କ ଜମାବହିରେ ମନରେଗା ଟଙ୍କା ଜମା ହୋଇଛି କହି ଟଙ୍କା ଉଠାଇବା ପାଇଁ  ନିଜ ବାଇକ ଯୋଗେ ମହିଳାଙ୍କୁ ନିକଟସ୍ଥ ବ୍ୟାଙ୍କକୁ ନେଇଥିଲେ l ବ୍ୟାଙ୍କରେ ଜମା ଖାତା ଯାଞ୍ଚ କଲାପରେ ଜମା ଖାତାରେ କୌଣସି ଟଙ୍କା ପଡ଼ି ନ ଥିବାରୁ  ବ୍ୟାଙ୍କ ଠାରୁ ପାନପଦାର ପୁଞ୍ଜାମ ରାସ୍ତା ଦେଇ ଘରକୁ ଫେରିବା ସମୟରେ ଅଧବାଟ ପୁଞ୍ଜାମ ଜଙ୍ଗଲରେ ମିଠା ଓ ପାଣି ପିଇବା ବାହାନା କରି ବାଇକ ଅଟକାଇ ବଳପୂର୍ବକ ଉଠାଇ ନେଇଁ ଦୁଷ୍କର୍ମ ସହିତ ଏହିକଥା କାହାକୁ କହିବୁ ତାହା ହେଲେ ଜୀବନରେ ମାରିଦେବି ବୋଲି ଧମକ ଚମକ ଦେଇଥିବା ଅଭିଯୋଗ ଆଣିଛନ୍ତି ମହିଳା l ମହିଳା ଜଣକ ପ୍ରାଣ ବିକଳରେ କଳେବଳେ କୌଶଳେ ସେଠାରୁ ପୁଞ୍ଜାମ ଗାଁକୁ ଆସି  ସମ୍ପର୍କୀୟଙ୍କ ସାହାଯ୍ୟରେ ଘରକୁ ଆସିଥିଲେ l ଏନେଇ ମହିଳା  ଜଣଙ୍କ ନ୍ୟାୟ ପାଇଁ ବିଜେପୁର ଥାନାର ଦ୍ବାରସ୍ତ ହୋଇ  ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗର ୪ଦିନ ପରେବି  ପୋଲିସ ପକ୍ଷରୁ  କୌଣସି ତଦନ୍ତ ହୋଇ ନ ଥିବା ପୀଡିତା ଅଭିଯୋଗ ଆଣିଛନ୍ତି l ତେଵେ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆ ନଗଲେ ଆତ୍ମହତ୍ୟା କରିବି ବୋଲି ଚେତାବନୀ ଦେଇଛନ୍ତି ପିଡିତା। ଏନେଇ ବିଜେପୁର ପୋଲିସ ଏସଆଇ ଶ୍ୟାମ କୁଲସିକାଙ୍କୁ ପଚାରିବାରୁ  ଆମ ଥାନା ଅଧିକାରୀ ନିଳାମ୍ବର ଯାନୀଙ୍କ ବଦଳି ହୋଇଯାଇଛି।ଲାଞ୍ଜିଗଡ ଥାନା ଅଧିକାରୀ ଵିଜେପୁର ଥାନା ଚାର୍ଜରେ ଅଛନ୍ତି।କେସ ରୁଜୁ ହୋଇନାହିଁ।ଆସନ୍ତା କାଲି ରୁଜୁ ହେବ ବୋଲି ପ୍ରକାଶ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS