ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଜଣ ଗିରଫ, ଅଭିଯୁକ୍ତଙ୍କ ଠାରୁ ୩ ଲକ୍ଷ ଟଙ୍କା ସହ ୫ଟି ମୋବାଇଲ ଓ ୨ଟି ବାଇକ୍ ଜବତ।
ନୀଳଗିରି, :-
ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର ଠକେଇ। ୬ ଅଭିଯୁକ୍ତ ଙ୍କୁ ଗିରଫ କଲା ନୀଳଗିରି ପୋଲିସ। ଅଭିଯୁକ୍ତଙ୍କ ଠାରୁ ୩ ଲକ୍ଷ ଅଣତିରିଶ ହଜାର ଟଙ୍କା ସହ ୫ ଟି ମୋବାଇଲ ଓ ୨ ଟି ବାଇକ୍ ଜବତ। ଏହାର ମୁଖ୍ୟ କାର୍ପରଦାର ନୀଳଗିରି ଥାନା ଈଶ୍ୱରପୁର ଫାଣ୍ଡି, ନୀଳଗିରି, ରେମଣା ଓ ସୋର ଅଞ୍ଚଳରୁ ୬ ଅଭିଯୁକ୍ତ ଙ୍କୁ ଗିରଫ। ଏହି ଗ୍ରୁପ ଅତି ଚତୁରତାର ସହ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀ ବ୍ରହ୍ମପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ସୁନା ବେପାର ନାମରେ ତାଙ୍କୁ ନୀଳଗିରି ଅଞ୍ଚଳକୁ ଡକାଇ ଅସଲି ସୁନା ବିସ୍କୁଟ ଦେଖାଇ ବିଶ୍ୱାସ ଜନ୍ମାଇବା ପରେ କ୍ରେତାଙ୍କ ସହ ଡିଲ୍ ହୋଇ ଥିଲା। ପରେ କ୍ରେତା ଏହାକୁ ଶସ୍ତାରେ କିଣିବା ପାଇଁ ନୀଳଗିରି ଅଞ୍ଚଳକୁ ଗତ କାଲି ସୋମବାର କ୍ରେତା ଓ ତାଙ୍କର ସଳା ନୀଳଗିରି ଇଶ୍ବରପୁର ଫାଣ୍ଡି ଅଞ୍ଚଳରେ ପହଞ୍ଚିଥିଲେ। ସେମାନେ ସମ୍ପୃକ୍ତ ବ୍ୟକ୍ତି ଙ୍କ ଠାରୁ ନକଲି ସୁନା ବିସ୍କୁଟ ଦେଖାଇ ୪ ଲକ୍ଷ ଟଙ୍କା ଛଡ଼ାଇ ଫେରାର ହୋଇ ଯାଇଥିଲେ। ଏ ନେଇ ସମ୍ପୃକ୍ତ ବ୍ୟକ୍ତି ଗତ କାଲି ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଏକ ମାମଲା (ନଂ.୫୨୦/୨୫) ରୁଜୁ କରି ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରୀ ଖୋଳତାଡ଼ ଆରମ୍ଭ କରିଥିଲେ। ଗତ ରାତ୍ରି ତମାମ ବିଭିନ୍ନ ସ୍ଥାନରେ ଚଢାଉ କରି ମାଷ୍ଟର ମାଇଣ୍ଡ ସହ ୫ ଜଣ ସହଯୋଗୀଙ୍କୁ ପଠାଇଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment