BREAKING
Loading...
:

ବାଙ୍କୀ ଅସ୍ମିତା ଓ ସମସ୍ୟା କୁ ନେଇ "ମୋ ଗାଁ ମୋ ବାଙ୍କି "ର ଆରମ୍ଭ

 ବାଙ୍କୀ ଅସ୍ମିତା ଓ ସମସ୍ୟା କୁ ନେଇ "ମୋ ଗାଁ ମୋ ବାଙ୍କି "ର ଆରମ୍ଭ | 



ବାଙ୍କୀ, (ମାନସ ରଞ୍ଜନ ସାହୁ):ସାପ୍ତାହିକ ଖବର କାଗଜ ଭୋକିଲା ପେଟ ସମ୍ବାଦ ପତ୍ରର ସମ୍ପାଦକ  ସୁଧିର ଚନ୍ଦ୍ର ନାୟକଙ୍କ ଆବାହନ କ୍ରମେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା | ବାଙ୍କୀ ମାଟିର କଳା, ସାହିତ୍ୟ, ଐତିହ୍ୟ, ବାଙ୍କୀର ବରପୁତ୍ର, କୃଷି ,ସଂସ୍କୃତି ଓ ବାଙ୍କୀ ମାଟିର ଅସ୍ମିତା  କୁ ବଞ୍ଚାଇ ରଖିବା ସହ,ଜନମାନସରେ ପହଞ୍ଚାଇବା ଏବଂ ବାଙ୍କୀ ର ବିଭିନ୍ନ ଅଞ୍ଚଳ ର ବହୁବିଧ ସମସ୍ୟା କୁ ପ୍ରଶାସନ ର ଦୃଷ୍ଟି କୁ ଆଣିବା ନିମନ୍ତେ ମୋ ଗାଆଁ ମୋ ବାଙ୍କୀ" (ବାଙ୍କୀବାସୀ ଙ୍କ ସ୍ବର)ନାମକ ଏକ ସମ୍ବାଦପତ୍ର ବାଙ୍କୀ ମାଟିରୁ ଆଗାମୀ ନବବର୍ଷରେ ପ୍ରକାଶ କରାଯିବ। ସେଥିପାଇଁ ବାଙ୍କୀ ଅଞ୍ଚଳର ବିଶିଷ୍ଟ ସାହିତ୍ୟିକ  କୌଶିକ ନାୟକ, ବାଙ୍କୀ ପ୍ରେସ କ୍ଳବ ସଭାପତି ତଥା ବରିଷ୍ଠ ସାମ୍ବାଦିକ  ବଳଭଦ୍ର ପଣ୍ଡା, ସାହିତ୍ୟିକ  ରବିନାରାୟଣ ମଙ୍ଗରାଜ, ସମାଜସେବୀ  ଘନଶ୍ୟାମ ସେଠୀ, କ୍ରୀଡାବିତ୍ ଡ. ସୁବିତ୍ ପଟ୍ଟନାୟକ, ସମାଜସେବୀ  ବିପିନ୍ ବିହାରୀ ମହାନ୍ତି, ଶିକ୍ଷାବିତ୍  ଅଶୋକ କୁମାର ପଟ୍ଟନାୟକ ଓ ଭଏସ ଅଫ ଓଡିଶା ଜିଲ୍ଲା ସଭାପତି ସାମ୍ବାଦିକ  ପୂର୍ଣ୍ଣେନ୍ଦୁ କୁମାର ନାୟକ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ  ବିରଞ୍ଚିନାରାୟଣ ମାଦେଳି ଓ  ଭରତଚନ୍ଦ୍ର ବେହେରା ଓ  ପ୍ରସନ୍ନ କୁମାର ରାଉତରାୟ ଙ୍କ ଉପସ୍ଥିତିରେ ଏହି ପ୍ରସ୍ତୁତି ବୈଠକ ବାଙ୍କୀ ପ୍ରେସ କ୍ଳବ୍ "ବିଦ୍ୟାରତ୍ନ ଭବନଠାରେ" ଅନୁଷ୍ଠିତ ହୋଇଥିଲା। ବାଙ୍କୀମାଟିର ସମସ୍ତ ବୁଦ୍ଧିଜୀବୀ ମାନଙ୍କ ସହଯୋଗରେ ସମସ୍ତ ସମସ୍ୟାର ସମାଧାନ ଦିଗରେ ସମ୍ବାଦପତ୍ରଟି ଆଗାମୀ ଦିନରେ ସହାୟକ ହୋଇ ପାରିବ ବୋଲି ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ମତ ପ୍ରକାଶ କରିଥିଲେ | ଏବଂ ଏହି କାର୍ଯ୍ୟରେ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ରହିଲେ ଆଗାମୀ ଦିନରେ ଏହା ବାଙ୍କୀ ବାସୀ ଙ୍କ ଦ୍ୱାରା ଅସ୍ଥା ଭାଜନ ଵା ଖୁବ ଆଦୃତ ହୋଇପାରିବ ବୋଲି ବରିଷ୍ଠ ଚିକିତ୍ସକ ଡ଼ାକ୍ତର ରାମଚନ୍ଦ୍ର ରାଉତ ମତବ୍ୟକ୍ତ କରିଥିଲେ  |

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS