BREAKING
Loading...
:

କିଟ୍‌ ର ଭୁଲ ଥିଲେ, ସରକାର କାର୍ଯ୍ୟାନୁଷ୍ଠାନ ନେବେ

 କିଟ୍‌ ର ଭୁଲ ଥିଲେ, ସରକାର କାର୍ଯ୍ୟାନୁଷ୍ଠାନ ନେବେ



ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳର ବିଧାୟକ ସରୋଜ ପାଢୀ । ବିଧାନସଭା ଚାଲିଥିବା ବେଳେ ବିଧାୟକଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ କିଟ୍‌ ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତର ଦେଇ ବିଧାୟକ କହିଛନ୍ତି ଯେ କିଟ୍‌ ଆଡମିନିଷ୍ଟ୍ରେସନ ଭୁଶୁଡି ଗଲା ପରି ଲାଗୁଛି । ଓଡ଼ିଶାର ନାଁ ବଦନାମ କରିବାକୁ କୁହାଯାଇନାହିଁ । ଏହି ଘଟଣାରେ କିଟର ଦୋଷ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର । କାହାରିକୁ ବି ମୋହନ ସରକାର କ୍ଷମା ଦେଉନାହାଁନ୍ତି କି ଦେବେ ନାହିଁ । ଆମେ ମଧ୍ୟ କିଟ୍‌ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବୁ, କିଟର ମନମାନୀ ଆଉ ଚଳିବ ନାହିଁ ବୋଲି ବିଧାୟକ ମତ ରଖିଛନ୍ତି ।


ଗତକାଲି ରାତିରେ କିଟ୍‌ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରାହୁଲ ଯାଦବ ନାମକ ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ । ଆଜି ତାଙ୍କ ମୃତଦେହ ଉଦ୍ଧାର କରି ପୁଲିସ ତଦନ୍ତ କରୁଛି । ମୃତ ଛାତ୍ର ଜଣଙ୍କ ଛତିଶଗଡର ହୋଇଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କୁ ଏନେଇ ଅବଗତ କରାଯାଇଛି । ପରିବାର ସଦସ୍ୟ ପହଞ୍ଚିବା ପରେ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS