*ଆଦିବାସୀ ଗ୍ରାମ ରେ ଘର କୁ ଘର ବୁଲି କମ୍ବଳ ବଣ୍ଟନ*
ପ୍ରବଳ ଶୀତ ରୁ ରକ୍ଷା ପାଇଁ ଗଞ୍ଜାମ ଜିଲ୍ଲା କନିସି ବ୍ଲକ ର ଝରାପଲ୍ଲୀ ଆଦିବାସୀ ଗ୍ରାମର ପ୍ରତେକ ପରିବାର କୁ କମ୍ବଳ ବଣ୍ଟନ କଲେ ବ୍ରହ୍ମପୁର ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ମର୍ନିଙ୍ଗ ୱାର୍କ କ୍ଳବ ସମସ୍ତ ସଦସ୍ୟ
ମଙ୍ଗଳବାର ସକାଳେ ଗୋଳନ୍ଥରା ରୋଡ ପନାଡ ନିକଟ ଝରାପଲ୍ଲୀ ଆଦିବାସୀ ଗ୍ରାମରେ କମ୍ବଳ ବଣ୍ଟନ କରାଯାଇଥିଲା l ଗ୍ରାମରେ ଥିବା ୬୦ଟି ପରିବାରଙ୍କୁ କମ୍ବଳ ବଣ୍ଟନ ସହ ପିଲା ବଡ଼ ସମସ୍ତଙ୍କୁ କେକ ବଣ୍ଟନ କରାଯାଇଥିଲା l ସଂଘ ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ କାର୍ଯ୍ୟକାରି ସଭାପତି କାମନା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ସଂପାଦକ ନାଗେଶ୍ବର ପୃଷ୍ଟି, କୋଷାଧ୍ୟକ୍ଷ ଡ଼ାକ୍ତର ସମିର କୁମାର ନାୟକ, ଉପଦେଷ୍ଟା ଲଡୁ କିଶୋର ପାତ୍ର, ରବୀନ୍ଦ୍ର ପଣ୍ଡା, କେ ଟି ରାଓ, ସଂଯୋଜକ ସୁଶାନ୍ତ କୁମାର ପାଢ଼ୀ, ରମେଶ କୁଣ୍ଡୁ, ଶଙ୍କର ସାହୁ ଓ ଶିବରାମ ପାଣିଗ୍ରାହୀଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ l ଆଜି ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ଵିଵାହ ବାର୍ଷିକୀ ସହ ସକ୍ରିୟ ସଦସ୍ୟ ରମେଶ କୁଣ୍ଡୁଙ୍କ ଜନ୍ମଦିନ ଥିବାରୁ ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅଧିକ ଆକର୍ଷଣୀୟ ହୋଇଥିଲା
ମାନବ ସେବା ହିଁ ମାଧବ ସେବା କୁ ବିଶ୍ୱାସ କରୁଥିବା କ୍ଳବ ର ପ୍ରତେକ ସଦସ୍ୟ ଏହି ମହାନ କାର୍ଯ୍ୟକ୍ରମ କରିଥିବାରୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment