BREAKING
Loading...
:

ଫୁର୍ଲିଝରଣ ଓ କର୍ଲାପାଟ କୁ ଜାତୀୟ ପାର୍କ ନିର୍ମାଣ ଦାବି କଲେ ଲାଞ୍ଜିଗଡ଼ ବିଧାୟକ

 ଫୁର୍ଲିଝରଣ ଓ କର୍ଲାପାଟ କୁ ଜାତୀୟ ପାର୍କ ନିର୍ମାଣ ଦାବି କଲେ ଲାଞ୍ଜିଗଡ଼ ବିଧାୟକ



କଳାହାଣ୍ଡି  ପ୍ରାକୃତିକ ସୌନ୍ଦର୍ଯ୍ୟର ଅନନ୍ୟ ଗନ୍ଥାଘର। ଏଠାରେ ଫୁର୍ଲିଝରଣ, ରାବଣଦର ସାଙ୍ଗକୁ କର୍ଲାପାଟର ଘଞ୍ଚ ଜଙ୍ଗଲ ଲୋକଙ୍କୁ ସଦା ମନମୁଗ୍ଧ କରେ।ଏଠାକୁ ଆସୁଥିବା ପରିଭ୍ରମଣକାରୀ ମାନଙ୍କୁ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରିଥାଏ।ଏଠାରେ ଜାତୀୟ ପାର୍କ ନିର୍ମାଣ କଲେ ଏଠାକାର ପରିବେଶ ଆହୁରି ଦ୍ବିଗୁଣିତ ସୌନ୍ଦର୍ଯ୍ୟମୟରେ ପରିପୂର୍ଣ୍ଣ ହେବା ସହ ପର୍ଯ୍ୟଟନ କୁ ଆଉ ଏକ ଦିଗ ପ୍ରଦାନ କରିବ।ଏହାକୁ ଦୁରଦୃଷ୍ଟିରେ ରଖି ଆଜି ମାନ୍ୟବର ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି  ମାନ୍ୟବର ଜଙ୍ଗଳ ପରିବେଶ ମନ୍ତ୍ରୀ ଓଡିଶା ସରକାରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏହା ହେବା ଦ୍ୱାରା କଳାହାଣ୍ଡି ପର୍ଯ୍ୟଟନ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ସହିତ ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ ବୋଲି ଆଶା କରାଯାଉଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS