BREAKING
Loading...
:

୩ରେ ନୂଆପଡ଼ା ଯିବେ ନବୀନ-

 ୩ରେ ନୂଆପଡ଼ା ଯିବେ ନବୀନ-

 



ଆସନ୍ତା ୩ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତରେ ଯିବେ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ। ଏ ସମ୍ପର୍କରେ ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଦେବୀ ମିଶ୍ର, ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲା ବିଜେଡି ସଭାପତି ଅବନୀ ରଞ୍ଜନ ଯୋଶୀ ପ୍ରମୁଖ ଉପସ୍ଥିତ ରହିଥିଲେ।


ନୂଆପଡ଼ା ଉପନିର୍ବାଚନ ବିଜେଡି ପାଇଁ ଅତି ଆହ୍ବାନପୂର୍ଣ୍ଣ ହୋଇଛି। କାରଣ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ ବିଜେଡିରୁ ନିର୍ବାଚିତ ହୋଇଥିବାବେଳେ ତାଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ସାମିଲ ହୋଇ ପ୍ରାର୍ଥୀ ହୋଇଛନ୍ତି। ଯାହା ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ତେବେ ନୂଆପଡ଼ାରେ ନବୀନଙ୍କ ପ୍ରଚାର ସ୍ନେହାଙ୍ଗିନୀଙ୍କ ବିଜୟ ପାଇଁ ଆଶା ଉଜ୍ଜୀବିତ କରିବ ବୋଲି ଚର୍ଚ୍ଚା ହେଉଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS