BREAKING
Loading...
:

ମଦ ମୁକ୍ତି ପାଇଁ କେନ୍ଦ୍ରାପଡା ମଦ ମୁକ୍ତ ଯୁବ ବାହିନୀ ତରଫରୁ ପ୍ରଭାତ ଫେରୀ।

 ମଦ ମୁକ୍ତି ପାଇଁ କେନ୍ଦ୍ରାପଡା ମଦ ମୁକ୍ତ ଯୁବ ବାହିନୀ ତରଫରୁ ପ୍ରଭାତ ଫେରୀ।



କେନ୍ଦ୍ରାପଡା-

ସାମାଜିକ ବ୍ୟାଧି ନିରାକରଣ ପାଇଁ ସଚେତନତା ର ଆହ୍ବନ।

ସମଗ୍ର ଓଡ଼ିଶା ସେବା ଅଭିଯାନ।

ଜାଗିଲେଣି ଯୁବକ ଉଠିବ ଓଡ଼ିଶା,

ପ୍ରତିଟି ମୁହଁ ରେ ଗୁଞ୍ଜି ଉଠିବ ମଦମୁକ୍ତ ଓଡ଼ିଶା।

       ସ୍ଵାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଙ୍କ ଜନ୍ମ ବାର୍ଷିକୀ ଅବସରରେ କେନ୍ଦ୍ରାପଡା ମଦ ମୁକ୍ତ ଯୂବ ବାହିନୀ ତରଫରୁ କେନ୍ଦ୍ରାପଡ଼ା ଗୁଲନଗର ଛକ ଠାରୁ ସ୍ବାମୀ ଶିବାନନ୍ଦ ଆଶ୍ରମ ଗରାପୁର ଛକ ପର୍ଯ୍ୟନ୍ତ ପ୍ରଭାତ ଫେରୀ ହୋଇଥିଲା।ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଥା ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଙ୍କର ପଟ୍ଟଚିତ୍ର ରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାନ୍ଜଳୀ ଜ୍ଞାପନ କରା ଯାଇଥିଲା।ପ୍ରଭାତ ଫେରୀ ରେ ଆଞ୍ଚଳିକ ସ୍ତର ରେ ଛୋଟ ବଡ଼ ପିଲା ମାନଙ୍କ ସହିତ ଯୁବ ଗୋଷ୍ଠୀ ଯୋଗ ଦେଇଥିଲେ।ମଦ ମୁକ୍ତ ପାଇଁ ସ୍ଳୋଗାନ ଦେଇ ସ୍ଵାମୀ ଶିବାନନ୍ଦ ଆଶ୍ରମର ରେ ସମସ୍ତେ ପହଞ୍ଚିଵା ପରେ ଏକ ଵୈଠକର ଆୟୋଜନ ହୋଇଥିଲା।ଆଞ୍ଚଳିକ ସ୍ତରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସମାଜ କୁ ମଦମୁକ୍ତ କରିବା ପାଇଁ ଉପଦେଶ ଦେବା ସଂଗେ ସଂଗେ ତ୍ଵରିତ ପଦକ୍ଷେପ ପାଇଁ ଆଲୋଚନା ହୋଇଥିଲା।

          ଶ୍ରୀଯୁକ୍ତ ଆଦିକନ୍ଦ ରାଉଳ(କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି),ଅଭିମନ୍ୟୁ ନାୟକ (ସମାଜ ସେବି),ସ୍ମୃତି ରଞ୍ଜନ ଵେଉରା,ଉମେଶ ନାୟକ,ବିଷ୍ଣୁପ୍ରିୟା ପଣ୍ଡା,ସୁବ୍ରଜିତ ରାଉଳ, ହରପ୍ରିୟା ଭଦ୍ରା ଆଦି ମଦ ମୁକ୍ତି ଯୁବ ବାହିନୀର ସଦସ୍ୟ ଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଵା ସହିତ ସାଫଲ୍ୟ ମଣ୍ଡିତ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS