ଉପାନ୍ତ ଅଞ୍ଚଳରେ ବିକାଶର ପ୍ରଶ୍ନ ଗୋଟିଏ ପରିବାରର ପାଞ୍ଚ ଜଣ ଭିନ୍ନକ୍ଷମ ଭବିଷ୍ୟତ ଅନ୍ଧାର ।
ମୟୂରଭଂଜ ଜିଲ୍ଲାର ଖୁଣ୍ଟା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ,ଘଞ୍ଚ ଜଙ୍ଗଲ ଘେରା , ପ୍ରାକୃତିକ ପରିବେଶ ଶିମିଳିପାଳର ପାଦ ଦେଶରେ ଅବସ୍ଥିତ ଉପାନ୍ତ ଅଞ୍ଚଳ ଭାବରେ ପରିଚିତ "ଡେଙ୍ଗାମ" ଗ୍ରାମ ପଂଚାୟତ। ସେହି ପଂଚାୟତ ଅଧୀନ ବିପ୍ରଚରଣପୁର ଗ୍ରାମର ଶ୍ରୀ ଲିଟା ମୂର୍ମୁଙ୍କ ପରିବାରରେ ପଡିଛି ଦୁଃଖର ପାହାଡ । ତାଙ୍କର ପାଞ୍ଚ ଜଣ ଯାକ ସନ୍ତାନ ଭିନ୍ନକ୍ଷମ । ଦୀର୍ଘ ଦିନ ଧରି କେମିତି ଗୋଟେ ପରେ ଗୋଟେ ପାଞ୍ଚ ଜଣ ବିକଳାଙ୍ଗ ଶିଶୁ ଜନ୍ମ୍ ଗ୍ରହଣ କଲେ ? ଏବାବଦରେ କୌଣସି ବିଭାଗ ପାଖରେ କୌଣସି ସୂଚନା ପହଞ୍ଚିଲା ନାହିଁ କେମିତି ? ନା ଜାଣି ଜାଣି ସମସ୍ତେ ଚୁପ ଥିଲେ । ପାଞ୍ଚ ଦଶ ବର୍ଷ ପୁର୍ବରୁ ସରକାରୀ ସ୍ତରରେ କାର୍ଯ୍ୟରତ ବିଭିନ୍ନ ବିଭାଗର କର୍ମଚାରୀ ଙ୍କ ଦ୍ଵାରା ରିପୋର୍ଟ ପ୍ରଦାନ କରାଗଲା ନାହିଁ କାହିଁକି ? କୌଣସି କେମିତି ଭୋରଣପୋଷଣ କରିବେ ଏହି ବିକଳାଙ୍ଗ ଶିଶୁ ମାନଙ୍କ ? ସେହି ଚିନ୍ତାରେ ବେ ସାହାରା ହୋଇପଡିଛନ୍ତି ବୃଦ୍ଧ ପିତା ମାତା। ତାଙ୍କ କଥାବାର୍ତ୍ତା ଘର ପରିବେଶ ଦେଖିଲେ ମନେ ହେଉଛି ଦାନା କନା ବି ଯୋଗାଡ କରିବା ପାଇଁ ସକ୍ଷମ ନୁହଁନ୍ତି। ଏଭଳି ଦୁର୍ଦ୍ଦିନ ପରିସ୍ଥିତିରେ ଥିବା ଲିଟା ମୁର୍ମୁର ପରିବାରକୁ ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇ ଦେବାକୁ ସବୁ ମହଲରୁ ଦାବି ହେଉଛି । ଆସନ୍ତା 28.11.25 ରିଖ ବ୍ଲକ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଭୀମଭୋଇ ଭିନ୍ନକ୍ଷମ ଶିବିର କୁ ଆଣିବା ଏବଂ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment