BREAKING
Loading...
:

ଭାପୁର ପ୍ରେସ କ୍ଲବର ଦଶମ ବାର୍ଷିକ ଉତ୍ସବ ଓ ଜାତୀୟ ସାମ୍ବାଦିକତା ଦିବସ ପାଳିତ

 ଭାପୁର ପ୍ରେସ କ୍ଲବର ଦଶମ ବାର୍ଷିକ ଉତ୍ସବ ଓ ଜାତୀୟ ସାମ୍ବାଦିକତା ଦିବସ ପାଳିତ 



ଭାପୁର, ୧୬/୧୧ (ବିଭୂତି ମହାପାତ୍ର) ଭାପୁର ବ୍ଲକ ସଦର ମହକୁମାରେ ଅବସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ 'ଭାପୁର ପ୍ରେସ କ୍ଲବ' ଭାପୁରର ଦଶମ ବାର୍ଷିକ ଉତ୍ସବ ଓ ଜାତୀୟ ସାମ୍ବାଦିକତା ଦିବସ କ୍ଲବର ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ଵରେ ନୀରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଆଜିର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗଦେଇ ସାମ୍ୱାଦିକ ମାନେ ନିର୍ଭିକ ଓ ସତ୍ୟ ଆଧାରିତ ଖବର ପରିବେଷଣ କରିବାକୁ ଉପଦେଶ ଦେବା ସହ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବାପାଇଁ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଭାପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା, ସମ୍ମାନୀତ ଅତିଥି ଭାବେ କଟକ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା ଓ ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ଜିଲ୍ଲା ଗୁଇନ୍ଦା ବିଭାଗ ଅଧିକାରିଣୀ ବିଦ୍ୟୁତ୍ ପ୍ରଭା ପ୍ରଧାନ, ଖଣ୍ଡପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମଦନ ମୋହନ ପ୍ରଧାନ, ଫତେଗଡ଼ ଥାନା ଅଧିକାରୀ ପଞ୍ଚାନନ ପରିଡା, ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ୱନାଥ ସାହୁ, ଡାକ୍ତର ପ୍ରଦୀପ କୁମାର ପାଇକରାୟ, ବିଧାୟକଙ୍କ ବ୍ଲକ ପ୍ରତିନିଧି ଜିତେନ୍ଦ୍ର କୁମାର ରଣସିଂହ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧିକାରୀ ବିଭୁ ପ୍ରସାଦ ଶତପଥୀ, ଗୋଷ୍ଠୀ ଶିକ୍ଷା ସାଧନା କେନ୍ଦ୍ର ସଂଯୋଜକ ପ୍ରଭାକର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଭାପୁର ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଭାକର ସାହୁ, ଭାପୁର ବଣିକ ସଂଘ ସମ୍ପାଦକ ସନାତନ ସାହୁ ଓ ପୂର୍ବତନ ସଭାପତି ଗଙ୍ଗାଧର ବାରିକ, ସୋସିଆଲ ମିଡ଼ିଆ ସଂଘର ସଭାପତି ଶଶୀଭୂଷଣ ରାଉତରାୟ, ଭାପୁର ବନପାଳ ସୁବାଷ ଚନ୍ଦ୍ର ନାୟକ, ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁ, ଭାପୁର ବିଟ୍ ହାଉସ ଅଧିକାରୀ ସୁଶାନ୍ତ ବେହେରା, ଓସ୍ତାର ଜିଲ୍ଲା ଉପ ସଭାପତି ନିତ୍ୟାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରୁ ମଞ୍ଚାସୀନ ଅତିଥି ମାନେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ  କରି ପ୍ରଦୀପ ପ୍ରଜ୍ବଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପରେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରାଯିବା ସହ କ୍ଳବର ସମ୍ପାଦକ ଶିଶିର ସାହୁଙ୍କ ଦ୍ୱାରା ସଂପାଦକୀୟ ବିବରଣୀ ପଠନ କରାଯାଇଥିଲା। ପରେ ପରେ ବରେଣ୍ୟ ଅତିଥି ମାନେ ସେମାନଙ୍କ ଅଭିଭାଷଣ ରଖିଥିବା ବେଳେ ସଂଘର ସଭାପତି ଶ୍ରୀ ମହାପାତ୍ର ସାମ୍ୱାଦିକ ମାନେ କିଭଳି ଭାବରେ ସମାଜରେ ନିଷ୍ପେସିତ, ଭୟଭୀତ ଓ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ତାହା ଉପରେ ବକ୍ତବ୍ୟ ରଖିଥିଲେ। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚଳିତ ବର୍ଷର ୧. ଶ୍ରେଷ୍ଠ ପ୍ରଶାସକ ସମ୍ମାନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସାଦ ପଣ୍ଡା ଓ ଅତିରିକ୍ତ ତହସିଲଦାର ରାଜାରାମ ଛତ୍ରିଆ, ୨. ଶ୍ରେଷ୍ଠ ଜନ ସେବକ ସମ୍ମାନ ସମାଜସେବୀ ସୋମନାଥ ସାହୁ ଓ ରାଜସ୍ବ ନୀରିକ୍ଷକ ସଞ୍ଜୟ କୁମାର ପ୍ରଧାନ, ୩. ଶ୍ରେଷ୍ଠ ଲୋକ କଲ୍ୟାଣକାରୀ ସମ୍ମାନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମଦନ ମୋହନ ପ୍ରଧାନ ଓ ବ୍ୟାଙ୍କ ପରିଚାଳକ ସଞ୍ଜୟ କୁମାର ସ୍ବାଇଁ, ୪. ଶ୍ରେଷ୍ଠ କାର୍ଯ୍ୟଦକ୍ଷ ବ୍ୟକ୍ତି ସମ୍ମାନ ରବୀନ୍ଦ୍ର କୁମାର ପଣ୍ଡା, ୫. ଶ୍ରେଷ୍ଠ ମାନବବାଦୀ ଯନ୍ତ୍ରୀ ସମ୍ମାନ ଇଂ ପ୍ରଶାନ୍ତ କୁମାର ନାୟକ ପ୍ରତିଭା ମାନଙ୍କୁ ମାନପତ୍ର, ଟ୍ରଫି, ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ଭାପୁର ବ୍ଲକ ଅଞ୍ଚଳର ୩୦ ଜଣ ଗରିବ ମହିଳା ମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା। ଆଜିର ସଭାକୁ ସଂଯୋଜନା କରିଥିଲେ ଭାପୁର ପ୍ରେସ କ୍ଲବର ଉପଦେଷ୍ଟା ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ମନୋଜ କୁମାର ଶତପଥୀ। କ୍ଲବର ଉପ ସଭାପତି ଜୟକୃଷ୍ଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଭାପୁର ପ୍ରେସ କ୍ଲବର ଏଭଳି ମହତ ଉଦ୍ଦେଶ୍ୟକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ପ୍ରେସ କ୍ଲବର ସମସ୍ତ ସଦସ୍ୟ, ଖଣ୍ଡପଡ଼ା ସାମ୍ବାଦିକ ସଂଘର ସଦସ୍ୟ, ସୋସିଆଲ ମିଡ଼ିଆର ସଦସ୍ୟ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

ମଣିଭଦ୍ରା ଖବର, ଭାପୁର 

Post a Comment

أحدث أقدم
Header ADS