ଶିମିଳିପାଳ ଟାଇଗର ରିଜର୍ଭରେ ଆରମ୍ଭ ହେଲା ସର୍ବଭାରତୀୟ ବାଘ ଗଣନା-୨୦୨୬
ଓଡ଼ିଶାର ପ୍ରସିଦ୍ଧ ଶିମିଳିପାଳ ଟାଇଗର ରିଜର୍ଭରେ ସର୍ବଭାରତୀୟ ବାଘ ଗଣନା-୨୦୨୬ ଆରମ୍ଭ ହୋଇଛି। ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ର ପ୍ରୋଟୋକଲ ଅନୁଯାୟୀ, ଏହି ଗଣନା ଟାଇଗର ରିଜର୍ଭ ସ୍ତରରେ ଦୁଇଟି ପର୍ଯ୍ୟାୟରେ ପରିଚାଳିତ ହେବ ।
ପ୍ରଥମ ପର୍ଯ୍ୟାୟ ୩ ଦିନିଆ ମାଂସାହାରୀ ପ୍ରାଣୀ ଏବଂ ବଡ଼ ଧରଣର ଶାକାହାରୀ ପ୍ରାଣୀଙ୍କ ଚିହ୍ନ ସର୍ଭେ, ୪ ଦିନିଆ ଲାଇନ ଟ୍ରାନଜେକ୍ଟ ଏବଂ ଗୋଟିଏ ଦିନ ଶାଗୁଣା ଓ ଅନ୍ୟାନ୍ୟ ପକ୍ଷୀ ପ୍ରଜାତିର ଗଣନା କରାଯିବ।
ଶିମିଳିପାଳ ଦକ୍ଷିଣ ବିଭାଗରେ ଏହି ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ୧୦୩ଟି ବିଟରେ ୧୦୩ଟି ପ୍ରଶିକ୍ଷିତ ସର୍ଭେ ଦଳ ନିୟୋଜିତ ହୋଇଛନ୍ତି। ଏହି ପର୍ଯ୍ୟାୟ ୨୨ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ଏବଂ ଏହା ମାଧ୍ୟମରେ ମାଂସାହାରୀ ପ୍ରାଣୀଙ୍କ ଅଞ୍ଚଳ ଏବଂ ଶାକାହାରୀ ପ୍ରାଣୀଙ୍କ ଘନତ୍ୱ ଗଣନା କରାଯିବ।
ସେହିପରି ଡିସେମ୍ବର ମାସ ଠାରୁ ତୃତୀୟ ପର୍ଯ୍ୟାୟ ବ୍ୟାପକ କ୍ୟାମେରା ଲଗାଯିବ । ଏଥିରେ ଟାଇଗର ରିଜର୍ଭର ୧୩୨୧ଟି ଗ୍ରିଡ ପ୍ରତ୍ୟେକ ୨ ବର୍ଗ କି.ମି. ରେ ବ୍ୟାପକ କ୍ୟାମେରା ଟ୍ରାପିଂ କରାଯିବ। ଏହାପାଇଁ ପ୍ରାୟ ୧୫୦୦ କ୍ୟାମେରା ଟ୍ରାପ ଦୁଇଟି ଚକ୍ରରେ ପ୍ରତ୍ୟେକ ଚକ୍ର ୨୫ ଦିନିଆ ନିୟୋଜିତ ହେବ। ଏହି ଗଣନା ବାଘ ସଂରକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଶିମିଳିପାଳର ଜୈବ ବିବିଧତା ସମ୍ପର୍କରେ ନୂଆ ତଥ୍ୟ ପ୍ରଦାନ କରିବ ବୋଲି ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଅଧିକାରୀମାନେ ଆଶା କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق