ଏଣିକି ଆବାସିକ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି : ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ
ମାଗଣାରେ ମିଳିବ ବାଲି। ସରକାରଙ୍କ ବିଭିନ୍ନ ଗୃହ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି । ଏନେଇ ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗରିବ ହିତାଧିକାରୀଙ୍କୁ ମାଗଣାରେ ବାଲି ଯୋଗାଇ ଦେବାନେଇ ବଡ଼ ଘୋଷଣା କରିଛନ୍ତି ମନ୍ତ୍ରୀ । ମାଗଣା ବାଲିରେ ଘର କରିବେ ହିତାଧିକାରୀ ।
ହିତାଧିକାରୀଙ୍କ ବାଲି ଟଙ୍କା ସରକାର ବହନ କରିବେ । ପୂର୍ବରୁ ବାଲି ଦରରେ ଲଗାମ ଲଗାଇୱା ପାଇଁ ଏମ୍ଏସପି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେପଟେ ସାରା ରାଜ୍ୟରେ ବାଲି ଦର ସମାନ ରହିବ। ଏଥିପାଇଁ ରାଜ୍ୟ ସରକାର ବାଲି ପାଇଁ ଏମ୍ଏସ୍ପି (ସର୍ବାଧିକ ବିକ୍ରୟ ମୂଲ୍ୟ) ଲାଗୁ କରିବେ । ଏଣିକି ସରକାର ଯେଉଁ ଦାମ୍ ଧାର୍ଯ୍ୟ କରିବେ, ବାଲିଘାଟ ଲିଜ୍ଧାରୀ ସେହି ଦାମ୍ରେ ଲୋକଙ୍କୁ ବାଲି ବିକ୍ରି କରିବେ । ଯିଏ ଅଧିକ ଦାମ୍ରେ ବାଲି ବିକିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment