BREAKING
Loading...
:

ବଣୁଆ ହାତୀ ଆକ୍ରମଣ ରେ ଯୁବକ ମୃତ। ହିନ୍ଦୋଳ ରେ କମୁନି ହାତୀ ଆକ୍ରମଣ ଜନିତ ମୃତ୍ୟୁ ହାର।ଅକାଳ ରେ ଚାଲିଯାଉଛି ଜୀଵନ, କ୍ଷତିପୂରଣ ଦେଇ ନୀରବ ସରକାର ନୀରବ ପ୍ରଶାସନ।

 ବଣୁଆ ହାତୀ ଆକ୍ରମଣ ରେ ଯୁବକ ମୃତ। ହିନ୍ଦୋଳ ରେ କମୁନି ହାତୀ ଆକ୍ରମଣ ଜନିତ ମୃତ୍ୟୁ ହାର।ଅକାଳ ରେ ଚାଲିଯାଉଛି ଜୀଵନ, କ୍ଷତିପୂରଣ ଦେଇ ନୀରବ ସରକାର ନୀରବ ପ୍ରଶାସନ।




ହାତୀ ଦେଖୁଥିବାବେଳେ ଅଘଟଣ, ଯୁବକଙ୍କୁ ଦଳି ଦେଲା ଦନ୍ତା !

 ନିମବାହାଳୀ,ପାଟଲା,ହିନ୍ଦୋଳ।-:

ହାତୀ ଦେଖୁ ଥିବାବେଳେ ଅଘଟଣ । ଯୁବକଙ୍କୁ ଦଳି ଦେଲା ଦନ୍ତା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ ସେକ୍ସସନ କର୍ଣ୍ଣପୁର ବିଟ୍ ଅଧିନ ଝାଡୁବେରେଣୀ ଗାଁ ନିକଟରେ। ଅପରାହ୍ନ ରେ ହାତୀ ଦେଖିବାକୁ ଯାଇ ଚର୍ଚ୍ଚିତ ଦନ୍ତାହାତୀ 'ଡ୍ୟାନି' ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ବାଲିମି ଥାନା ଅନ୍ତର୍ଗତ ପାଟଲା ଗାଁ କରଙ୍ଗା ସାହିର ଚିନ୍ମୟ ଦେହୁରୀ(ଆନୁମାନିକ ବୟସ ୨୫ ରୁ ୨୮)ପିତା:-ତ୍ରିପୁର ଦେହୁରୀ,ବୋଲି ଜଣାପଡ଼ିଛି ।

         ପ୍ରାପ୍ତ ସୂଚନା କ୍ରମେ ଚିନ୍ମୟ ହାତୀ ଦେଖିବାକୁ ଯାଇ ଝାଡୁବେରେଣୀ ଗାଁ ନିକଟ ଶାଳବଣିରେ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ । ଦନ୍ତାହାତୀ 'ଡ୍ୟାନି' ତାଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲା । ଏହି ସମୟରେ ସେ ତଳେ ପଡ଼ିଯିବା ପରେ ତାଙ୍କୁ ପାଦରେ ଦଳି ଦେଇଥିଲା । ହାତୀଟି ଘଟଣାସ୍ଥଳରୁ ଚାଲି ଯିବା ପରେ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହିନ୍ଦୋଳ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

     ଉକ୍ତ ଅଞ୍ଚଳରେ ଶତାଧିକ ହାତୀ ଚଳପ୍ରଚଳ କରି ଉପଦ୍ରବ କରୁଛନ୍ତି। ସ୍ଥାନୀୟ ଲୋକେ ହାତୀ ଦେଖିବାକୁ ଯାଇ ହାତୀପଲଙ୍କ ନିକଟତର ହୋଇ ଟେକା ପଥର ମାରି ହାତୀପଲଙ୍କୁ ଚିଡ଼ଚିଡା କରୁଥିବାରୁ ଏଭଳି କାଣ୍ଡ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଖବରପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ ଚଳାଇଛନ୍ତି ।

   ହିନ୍ଦୋଳ ବ୍ଳକ୍ ଏକ ହାତୀ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ପ୍ରାୟ ପ୍ରତି ମାସ ରେ କେହି ନା କେହି ହାତୀ ଆକ୍ରମଣ ର ହେଉଛନ୍ତି ଶୀକାର।ଜନ ସଚେତନତା ର ଘୋର ଅଭାବ କହିବା ନା ସରକାର ପ୍ରଶାସନ ସ୍ତର ରେ ଜନସାଧାରଣ ମାନଙ୍କର ଜୀବନ ସୁରକ୍ଷା ପାଇଁ ବିମୁଖତା ର ଭାବ।କ୍ଷତି ପୂରଣ ଦେଇ ନୀରବ ବସିଛି ବନ ବିଭାଗ,ନୀରବ ପ୍ରଶାସନ,ନୀରବ ସରକାର ବିଚରା ମୃତ୍ୟୁ ର ଦ୍ଵାରା ଦେଶ ରେ ହିନ୍ଦୋଳ ର ନୀରିହ ଜନ ସାଧାରଣ।କେବେ ହେବ ସମସ୍ୟା ର ସମାଧାନ ଏବେ ସାଧାରଣ ରେ ବିରାଟ ବଡ ପ୍ରଶ୍ନ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS